Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»କାନିକା
    Odia Recipe

    କାନିକା

    Suchitra PBy Suchitra POctober 24, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    kanika-odia-recipe
    kanika-odia-recipe
    Share
    Facebook Twitter LinkedIn Pinterest Email
    kanika-odia-recipe
    kanika-odia-recipe
    କାନିକା ଜଗନ୍ନାଥଙ୍କର ଏକ ପ୍ରଧାନ ଭୋଗ । ଏହା ଚାଉଳ, ଚିନି, ଘିଅ, ଲବଙ୍ଗ ଆଦି ମିଶାଇ ରାନ୍ଧି ତିଆରି କରାଯାଏ । ଏହା ପ‌ହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ ତିଆରି ହୁଏ । ୧୯୧୦ ମସିହା ଯାଏ ଏହା ପରେ ଏହା ଗୋପାଳ ବଲ୍ଲଭ ଭୋଗର ଅଂଶ ଭାବେ ରନ୍ଧା ହୋଇଥାଏ ।

    ଆବଶ୍ୟକ ସାମଗ୍ରୀ

    • ଚାଉଳ – ୧ କିଲୋ-କୃଷ୍ଣଭୋଗ-ବାସୁମତି
    • ଚିନି – ୩୫୦ ଗ୍ରାମ
    • ଡାଳଚିନି – ୫୦ ଗ୍ରାମ
    • ଲବଙ୍ଗ – ୫ ଗ୍ରାମ
    • ଜାଇଫଳ – ୧/୨ ଚାମଚ ଗୁଣ୍ଡ
    • କିସମିସ – ୫୦ ଗ୍ରାମ
    • ଅଳେଇଚ – ୮ ଗୋଟା
    • ବୁଟଡାଲି – ୧ ମୁଠା
    • ତେଜପତ୍ର – ୨ ଗୋଟା
    • ଘିଅ – ୨୦୦ ଗ୍ରାମ କିମ୍ବା ୩୦୦ ଗ୍ରାମ
    • ପାଣି – ୨ କେଜି ବା ୨.୫ କେଜି
    • ଲୁଣ – ପରିମାଣ ଟିକେ କମ୍ ପକାଇଲେ ଭଲ
    • ଗୁଜୁରାତି – ୮ରୁ ୧୦ ଗୋଟା

    ପ୍ରସ୍ତୁତି ପ୍ରଣାଳୀ

    ପ୍ରଥମେ ଚୁଲିରେ ଡେଇକ୍‌ଚି ବସାଇ ପାଣି ଦିଅନ୍ତୁ । ପାଣି ଗରମ ହୋଇ ଆସିଲେ ଡାଲ୍‌ଚିନିକୁ ଅଧାବାଟି ଏଇ ପାଣିରେ ପକାନ୍ତୁ । ଡାଲଚିନି ପୁରା ବାଟି ହେଲେ ବି ଭଲ ହେବ । ଅଳେଇଚ, ଗୁଜୁରାତି ଅଧାଅଧା ଛେଚି ପକାନ୍ତୁ । ତେଜପତ୍ର, ଲବଙ୍ଗ ମଧ୍ୟ ପକାନ୍ତୁ । ପାଣି ଫୁଟି ଆସିଲେ ଚାଉଳ ଓ ବୁଟଡାଲିକୁ ଏକାଠି ଧୋଇ ଫୁଟିବାଆସିବା ପାଣିରେ ପକାନ୍ତୁ । ଚାଉଳ ଫୁଟି ଆସିଲେ ଲୁଣ ପକାନ୍ତୁ । ଅଧା କାନିକା ହୋଇ ଆସିଲେ ଚିନି ଦେଇ ଗୋଳାନ୍ତୁ । ଅଧା ଘିଅ ପକାନ୍ତୁ । କାନିକା ହୋଇ ଆସିଲେ ବାକି ଡାଲ୍‌ଚିନିକୁ ଗୁଣ୍ଡକରି ପକାନ୍ତୁ । ବାକି ଘିଅକୁ ମଧ୍ୟ ପକାଇ ଗୋଳେଇ ଦେଖନ୍ତୁ । କାନିକା ହୋଇ ଯାଇଥିବ । ତା’ ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।

    Chhapana Bhoga Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.