ପ୍ରସ୍ତୁତି ସାମଗ୍ରୀ- ୪ ଟା ଅଣ୍ଡା
୨ ଗୋଟି ପିଆଜ,
୪ ଟା କଞ୍ଚାଲଙ୍କା,
ଅଧକପ ତେଲ କିମ୍ବା ଘିଅ,
ଅଧକପ୍ ମଟର ମଞ୍ଜି,
୧ ଗୋଟି ଗାଜର,
ଦରକାର ଅନୁଯାୟୀ ଲୁଣ ଓ ହଳଦୀ
ପ୍ରଣାଳୀ – ଗାଜରକୁ ଖୁବ୍ ଛୋଟ ଛୋଟ ଖଣ୍ଡକରି କାଟିଦେବ । ମଟର ମଞ୍ଜିକୁ ସିଝାଇଦେବ । ଟମାଟକୁ ଛୋଟ ଛୋଟକରି କାଟିଦେବ । ଲଙ୍କା ଏବଂ ପିଆଜକୁ ଛୋଟ କରି କାଟି ଦେବ । କରେଇରେ ତେଲ ଗରମ କରିବ । ତେଲ ଗରମ ହେବାପରେ କଟା ଯାଇଥିବା ଲଙ୍କା ଏବଂ ପିଆଜ ପକାଇ ଭାଜିବ । ତାକୁ ଭାଜିବା ଅବସ୍ଥାରେ ସେଥିରେ ଅଣ୍ଡାକୁ ଭାଙ୍ଗି ପକାଇବ । ଅଣ୍ଡାଗୁତିକ ଖାରିଆପରି ହୋଇଗଲେ ଅଣ୍ଡା ଭୁଜିଆ ହୋଇଯାଏ । ସେଥୁଃର ସିଝା ମାଂସ କିମ୍ବା କିଛିମାଛ ପକାଇଲେ ଭଲ ହୋଇଥାଏ ।