ପ୍ରସ୍ତୁତି ସାମଗ୍ରୀ
୨୫୦ ଗ୍ରାମ୍ ମହୁରାଳି ମାଛ
୬ ଟା ଲାଲଲଙ୍କା
୫ ଗୋଟି ବଡି
ଅଧକପ୍ ସୋରିଷ ତେଲ
୪ ଖଣ୍ଡ ଆମ୍ୱୁଲ
କିମ୍ବା ୨ ଫୁଟ ତେନ୍ତୁଳି
ଅଳ୍ପ ଭୁରୁସୁଙ୍ଗା ପତ୍ର
୧ଚାମଚ ଫୁଟଣ
୧ ଚାମଚ ସୋରିଷ
୧ ଗୋଟି ରସୁଣ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ
ପ୍ରଣାଳୀ – ପ୍ରଥମେ ସୋରିଷ, ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟିଦେବ | ମାଛରେ ଲୁଣ ହଳଦୀ ଗୋଳାଇଦେବ । କରେଇରେ ତେଲ ଗରମ କରି ମାଛକୁ ଭଲ ରୂପେ ଖାରିଆ କରି ଭାଜିଦେବ । ତା’ପରେ ସେହି କରେଇରେ ବଡିକୁ ଭାଜି ଭାଙ୍ଗି କରି ରଖିବ । ବଳକା ତେଲରେ ମସଲାକୁ ଭଲକରି କଷିକରି ସେଥିରେ ୨ କପ୍ ପାଣି ଓ ଲୁଣ ପକାଇଦେବ । ସେହି ମସଲା ଝୋଳ ଫୁଟିଗଲେ ସେଥିରେ ମାଛ ଭକା ଏବଂ ଭଙ୍ଗାବଡିକୁ ପକାଇବ । ଏହି ଝୋଳ ୨ ମିନିଟ୍ ଫୁଟିଲାପରେ ସେଥିରେ ଆମ୍ବୁଲ କିମ୍ବା ତେନ୍ତୁଳି ରସ ପକାଇବ । ମାଛ ଏବଂ ବଡି ସିଝିଗଲେ ସେତୀରେ ଭୁରୁସୁଙ୍ଗ ପତ୍ର ପକାଇ ତରକାରିକୁ ଓହ୍ଲାଇଦେବ ।