
ସାମଗ୍ରୀ :
ଚିକେନ୍-୫୦୦ଗ୍ରାମ୍
ଲୁଣ -ସ୍ୱାଦାନୁସାରେ
ହଳଦି-ଅଳ୍ପ
କର୍ଣ୍ଣଫ୍ଲୋର୍-୪ ଟେବୁଲ୍-ଚାମଚ
ରିଫାଇନ୍ ତେଲ-ଛାଣିବା ପାଇଁ
ପିଆଜ-୪ଟି (ସରୁକଟା)
ଚୂନାକଟା ରସୁଣ-୩ ଛୋଟ ଚାମଚ
ଚୂନାକଟା କଞ୍ଚାଲଙ୍କା-୨ଛୋଟ ଚାମଚ
ସରୁକଟା ଅଦା-୩ ଛୋଟ ଚାମଚ
କ୍ୟାପ୍ସିକମ୍-୨ଟି (ସରୁ ଲମ୍ବାକଟା)
ଟମାଟୋ-ସରୁ ଲମ୍ବାକଟା
ଗୋଲମରିଚ ଗୁଣ୍ଡ-୧ ଛୋଟ ଚାମଚ
ଆଜିନୋ ମୋତୋ ୧/୨ ଛୋଟ ଚାମଚ
ଅଦା-ରସୁଣ ବଟା-୧ ଟେବୁଲ୍ -ଚାମଚ
ଚିଲି ସସ୍-୧ ଟେବୁଲ୍-ଚାମଚ
ସୋୟା ସସ୍-୧ ଟେବୁମ-ଚାମଚ
ଟମାଟୋ ସସ୍-୧ ଟେବୁମ-ଚାମଚ
ପ୍ରଣାଳୀ :
ଚିକେନ୍ ପିସ୍ଗିଡିକୁ ପରିଷ୍କାର କରି ଧୋଇ ଲୁଣ ,ହଲଦି ,ଅଦା-ରସୁଣ ବଟା ଓ ୩ ଟେବୁଲ୍-ଚାମଚ କର୍ଣ୍ଣଫ୍ଲୋର୍ ଗୋଳାଇ ଭଲକରି ଭଲକରି ୧/୨ ଘଣ୍ଟା ରଖନ୍ତୁ । ନନ୍ଷ୍ଟିକରେ ତେଲ ଟିକେ ବେଶି ଗରମ କରି ଭାଜି ରଖନ୍ତୁ । ଏଥର ତେଲରେ ଅଦା, ରସୁଣ,ଲଙ୍କାକଟା ପକାଇ ଭାଜନ୍ତୁ । ବାଦାମୀ ରଙ୍ଗ ହେଲେ ପିଆଜ ପକାଇ ବାଦାମୀ ରଙ୍ଗ ହେବାଯାଏଁ ଭାଜନ୍ତୁ । ଏଥର କ୍ୟାପ୍ସିକମ୍ ଓ ଟମାଟୋ ପକାଇ ଆଜିନୋ ମୋତେ ପକାଇ ନରମ କରି ଭାଜନ୍ତୁ । ଭଜା ଛିକେନ୍ ମିଶାନ୍ତୁ । ସସ୍ସବୁ ପକାଇ ଗୋଳାନ୍ତୁ । ବଳକା ୧ ଚାମଚ କର୍ଣ୍ଣପ୍ଲୋର୍କୁ ପାଣିରେ ଗୋଳାଇ ଏଥିରେ ଢାଳନ୍ତୁ । ଆଞ୍ଚ କମାଇ ଘୋଡାଇଦିଅନ୍ତୁ । ୧୦ ମିନିଟ୍ ପରେ ଗୋଲମରିଚ ଗୁଣ୍ଡ ପକାଇ ଗରମାଗରମ ପରଶନ୍ତୁ ।