
ସାମଗ୍ରୀ :
ଭେଣ୍ଡି-୫୦୦ଗ୍ରାମ୍
କୋରା ନଡିଆ -୧ କପ୍
ପାଣି-୧/୩ କପ୍
କ୍ଷୀର -୧/୩ କପ୍
କାଜୁବଟା-୧ଟେବୁଲ୍-ଚାମଚ
ତେଲ- ୨ଚାମଚ
ଭେଣ୍ଡି ଛାଣିବାକୁ -ତେଲ
ଲାଲ୍ ଲଙ୍କା-୨ଟା
ସୋରିଷ-୧ଚାମଚ
ଜିରା-୧ଚାମଚ
କଟା ପିଆଜ-୧/୨ କପ୍
କଟା ଟମାଟୋ-୧କପ୍
ଲଙ୍କାଗୁଣ୍ଡ-୧ଚାମଚ
ଦହି (ଫେଣ୍ଟା)-୧/୨ କପ୍
ପାଣି -୧ କପ୍
ଭୁର୍ସୁଙ୍ଗ ପତ୍ର -ଅଳ୍ପ୍
ଲୁଣ -ସ୍ୱାଦାନୁସାରେ
ସଜାଇବା ପାଇଁ -କୋରା ନଡିଆ ,ଧନିଆ ପତ୍ର
ପ୍ରଣାଳୀ :
ଭେଣ୍ଡି ଧୋଇ ପୋଛି ୧ ଇଞ୍ଚ ସାଇଜ୍ର କାଟି ତେଲରେ ଛାଣି ପେପର୍ରେ କାଢି ରଖନ୍ତୁ । କରେଇରେ ୨ ଚାମଚ ତେଏଲ ଦେଇ ଲଙ୍କା, ସୋରିଷ ,ଜିରା ପକାଇ ଫୁଟାନ୍ତୁ । ଏଥର ପିଆଜକୁ ଲାଲ୍ କରି ଭାଜି ବିଲାତି ମିଶାଇ ଭଲକରି ଭାଜନ୍ତୁ । ଓ ନଡିଆ କୋରା ପକାନ୍ତୁ ଏବଂ ଘାଣ୍ଟନ୍ତୁ । ୨ମିନିଟ୍ ପରେ ପାଣି ଓ ଭେଣ୍ଡି ପକାନ୍ତୁ । ଝୋଳ ମରିବାଯାଏଁ ରନ୍ଧାନ୍ତୁ ।
ଫିଟଣ ପାଇଁ ଆଉ ୨ ଚାମଚ ତ୍ଲ ଅନ୍ୟ କ ପ୍ୟାନ୍ର୍ ଗରମ କରନ୍ତୁ । ଭୁର୍ସୁଙ୍ଗ ପତ୍ର ପକାଇ ଫୋଟାଇ ଭେଣ୍ଡି ଉପରେ ଏହାକୁ ପକାନ୍ତୁ । ଗରମ ଗରମ ଭେଣ୍ଡିକୁ ନଡିଆ କୋରା ଓ ଧନିଆ ପତ୍ରରେ ସଜାଇ ଖାଇବାକୁ ଦିଅନ୍ତୁ ।