
ସାମଗ୍ରୀ :
ପାଳଛତୁ-୨୫୦ଗ୍ରାମ୍
କଅଁଳଅ ସାରୁପତ୍ର-୩ଟି
ବାଟଣ
ସୋରିଷ-୨ ଚାମଚ
ଜିରା-୧ଚମଚ
ଲଙ୍କା-୩ଟି
ରସୁଣ-୫-୬ କୋଲା
ସୋରିଷ ତେଲ-୧ଚାମଚ
ଲୁଣ-ସ୍ୱାଦାନୁସାରେ
ଆମ୍ବୁଲ ଛୋଟକଟା -୧ ଟେବୁଲ୍-ଚାମଚ କିମ୍ବା
ଦହି-୧କପ୍
ହଳଦି- ଟିପେ
କଞ୍ଚାଲଙ୍କା କଟା-୩ଟି
ପ୍ରଣାଳୀ :
ଛତୁକୁ ବାଛି ସଫା କରି ଲୁଣ-ହଳଦି-ପାଣିରେ ଅଧଘଣ୍ଟା ବିଜାଇ ଚିପୁଡି କାଢନ୍ତୁ । ଗୋଟିଏ ବାଉଲ୍ରେ ମସଲା ବଟା ,କଟାଲଙ୍କା ,ଦହି ,ହଳଦି ଟିକେ , ଲୁଣ, ସୋରିଷ ତେଲ ପକାଇ ମିଶାନ୍ତୁ । ସେଥିରେ ଛତୁ ପକାଇ ଗୋଳାଇ ଅଧଘଣ୍ଟା ରଖନ୍ତୁ । ସାରୁପତ୍ରକୁ ସଫା ସେଥିରେ ଏଥିରୁ କିନ୍ତୁ ରଖି ପତ୍ରକୁ ଗୁଡାଇ ବନ୍ଦ କରିଦିଅନ୍ତୁ । ଦରକାର ହେଲେ ସୂତାରେ ବାନ୍ଧିଦିଅନ୍ତୁ । ଏହାକୁ ଚୁଲିର ଦହକରେ ବା ଗ୍ରୀଲର୍ରେ ୨୦ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଖାଇଲାବେଳେ ପତ୍ରରୁ କାଢି ପରଶନ୍ତୁ ।