
ସାମଗ୍ରୀ :
ଚିଙ୍ଗୁଡି- ୩୦୦ ଗ୍ରାମ୍
ବାସୁମତୀ ଚାଉଳ – ୧ ୧/୨ କପ୍
ଦହି-୧/୨ କପ୍
କ୍ଷୀର-୧/୨ କପ୍
ଜାଫ୍ରାନ୍ କେସର-୧ ଚିମୁଟା
ପିଆଜ- ୨ଟି ବଡ (ସରୁ ଲମ୍ବା କଟା)
କିସ୍ମିସ୍ , କାଜୁ ,ଚେରି -୧୦ଗ୍ରାମ୍ ଲେଖାଏଁ
ବଟା ଅଦା-୧ଚାମଚ
ବଟାରସୁଣ-୨ ଚାମଚ
ହଳଦି ଗୁଣ୍ଡ-୧\୨ ଚାମଚ
ଲୁଣ-ସ୍ୱାଦାନୁସାରେ
ଗୋଟା ଗରମ ମସଲା-ଲବଙ୍ଗ ୫ଟି,ଡାଲ୍ଚିନି ୧ ଇଞ୍ଚ, ଛୋଟ ଅଳେଇଚ ୫ଟି,ବଡ ଅଳେଇଚ ୨ଟି, ଗୋଲ୍ଅମରିଚ ୭-୮ ଟି, ଅନିଆସୀ ଫୁଲ ୨ଟି,
ଜାଇତ୍ରୀ ୧\୨ ଚାମଚ, ଜାଇଫଳ ଗୁଣ୍ଡ ୧\୨ ଚାମଚ
ସାହୀଜିରା-୧\୨ ଚାମଚ
ଜିରାଗୁଣ୍ଡ-୧/୨ ଚାମଚ
ତେଜପତ୍ର -୨ଟି
ଘିଅ -୧ ବଡ ଚାମଚ
ରିଫାଇନ୍ -୨ଚାମଚ
ଧନିଆ , ପୋଦିନା ଓ କଞ୍ଚାଲଙ୍କା ବଟା -୧ କପ୍
ସାଫରନ୍ -୧ ଚିମୁଟା ଓ କ୍ଷୀର -୧ ଟେବୁଲ୍-ଚାମଚ (ମିଶାନ୍ତୁ )
ପ୍ରାଣାଳୀ :
ପ୍ରଥମେ ଚିଙ୍ଗୁଡିରୁ ଚୋପା କାଢି ଧୋଇ ପରିଷ୍କାର କରି ରଖନ୍ତୁ | ମୁଣ୍ଡ ନରଖିଲେ ଭଲ | ଏଥର ସେଥିର୍ ହଳଦି ,ଲୁଣ ,ଦହି ,ସୋରିଷ ତ୍ଲ , ସଜକୁଟା ଗୋଲମରିଚ ଗୁଣ୍ଡ, ଜିରାଗୁଣ୍ଡ ,ଛୋଟକଟା ଧନିଆ ପତ୍ର ଗୋଳାଇ ୧/୨ ରୁ ୧ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ | ଆଉ ଏକ ପାତ୍ରରେ ୫ରୁ୬ କପ୍ ପାଣିରେ ତେଜପତ୍ର,ଲୁଣ, ପୋଦିନା ପତ୍ର ପକାଇ ଭାତକୁ ୩\୪ ଭାଗ ହେଲାପରେ ଛାଣି ରଖନ୍ତୁ (ଚାହିଁଲେ ରଙ୍ଗ ଦେଇପାଇନ୍ତି ) ।
ନନ୍ଷ୍ଟିକ୍ ପ୍ୟାନ୍ ବସାଇ ଅଳ୍ପ ଘିଅ ଦି ପିଆଜ, କାଜୁ, କିସ୍ମିସ୍କୁ ଲାଲ୍ କରି ଭାଜି ରଖନ୍ତୁ । ସେଥିରେ ଅଦା-ରସୁଣ ବଟା ପକାଇ ଗନ୍ଧା ଯିବାଯାଏଁ ଭାଜନ୍ତୁ । ତା ପରେ ମ୍ୟାରିନେଟ୍ ହୋଇଥିବା ଛିଙ୍ଗୁଡିକୁ ପକାଇ କଷନ୍ତୁ । ପାଣି ଦେବା ଦରକାର ହେବନି । କମ୍ ଆଞ୍ଚରେ ମସଲା ସବୁ ସିଝିଗଲେ କାଢି ରଖନ୍ତୁ । ଢାଙ୍ଖୁଣୀ ଭଲକରି ହାଣ୍ଡି ବା ପାତ୍ର ନିଅନ୍ତୁ । ଘିଅ ପକାଇ ଗରମ କରି ଗରମ ମସଲା ସବୁକୁ ଦରକୁଟା କରି ପକାଇ ଭାଜନ୍ତୁ । ଫୁଟିଲେ ଭାତରୁ ଅଧା ପକାଇ ଗୋଳାଇଦିଅନ୍ତୁ (ଆଞ୍ଚ କମ୍ରେ ରଖନ୍ତୁ ) । ଚିଙ୍ଗୁଡିକଷା ଦେଇ ତା ଉପରେ ପୁଣି ଭାତ ଦିଅନ୍ତୁ । କେସରଭିଜା କ୍ଷୀର ମିଶାନ୍ତୁ । ଭଜା କାଜୁ , କିସ୍ମିସ୍ ,ଚେରୀ ଓ ପିଆଜ ପକାଇ କଭର୍ ଲଗାଇ ହାଣ୍ଡିକୁ ସିଲ୍ କରିଦିଅନ୍ତୁ । ୫-୭ ମି କମ୍ ଆଞ୍ଚରେ ବସାନ୍ତୁ । ମଝିରେ ମଝିରେ ଡେକ୍ଚିକୁ ହଲାଇଦେବେ । ୧୦ ମିନିଟ୍ ଘୋଡଣୀ ବନ୍ଦ ରଖିବା ପରେ ଖୋଲି ରାଇତା ସହ ପରଶି ଖାଇବାକୁ ଦିଅନ୍ତୁ ।