
ସାମଗ୍ରୀ :
- ସୁଜି – ୨ କପ
- ଗରମ ପାଣି – ୧ କପ
- ତେଲ – ୬ ଟେବୁଲ ଚାମଚ
- ଚିନି – ୧/୨ ଚା’ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
- କଟା ଗାଜର – ୧/୨ କପ
- ଗ୍ରୀନ ମଟର – ୧/୨ କପ
- ଭଜା ଚିନା ବାଦାମ – ୨ ଟେବୁଲ ଚାମଚ
- କଟା ପିଆଜ – ୧ କପ
- ସୋରିଷ – ୧ ଚା’ ଚାମଚ
- କଟା କଞ୍ଚା ଲଙ୍କା – ୬ରୁ ୭ ଟି
- ଅଦା ପେଷ୍ଟ – ୧/୨ ଚା’ ଚାମଚ
- ଭୁର୍ସୁଙ୍ଗା ପତ୍ର – ୭ -୮ ଟି
-
ପ୍ରଣାଳୀ-
ପ୍ରଥମେ କରେଇକୁ ଗରମ କରନ୍ତୁ । ସେଥିରେ ସୁଜି ପକାଇ ୨-୩ ମିନିଟ ଭାଜନ୍ତୁ । ସୁଳି ଅଳ୍ପ ଲାଲ ହେଲେ ପ୍ଲେଟକୁ କାଢି ରଖନ୍ତୁ । ଏବେ କରେଇରେ ତେଲ ଗରମ କରନ୍ତୁ । ଏଥିରେ ଲୁଣ, ସୋରିଷ, ଭୁର୍ସୁଙ୍ଗା ପତ୍ର ଓ ତେଜ ପତ୍ର ପକାଇ ୪-୫ ସେକେଣ୍ଡ ଭାଜନ୍ତୁ । ପରେ ପିଆଜ ପକାଇ ଭାଜନ୍ତୁ । ପିଆଜ ନରମ ହେଲେ ଗ୍ରୀନ ମଟର ଓ ଗାଜର କୁ ପକାଇ ଭାଜନ୍ତୁ । ପରେ ଅଦା ଓ କଟା ଲଙ୍କା ପକାଇ ମିଶାନ୍ତୁ । ଏବେ ଅଳ୍ପ ଆଞ୍ଚରେ ଏହାକୁ ୫ ମିନିଟ ଢାଙ୍କି ଦିଅନ୍ତୁ । ତାପରେ ଭଜା ସୁଜିକୁ ପକାଇ ଗୋଳାନ୍ତୁ ।୧- ୨ ମିନିଟ ପରେ ସ୍ୱାଦ ଅନୁସାରେ ଲୁଣ ଓ ଚିନି ପକାଇ ମିଶାନ୍ତୁ । ଏବେ ଗରମ ପାଣିକୁ ଅଳ୍ପ ଅଳ୍ପ ପକାଇ ଗୋଳାନ୍ତୁ । ପରେ ଭଜା ଚିନା ବାଦାମ ପକାଇ ମିଶାନ୍ତୁ । ଏହାକୁ ୫ ମିନିଟ ଢାଙ୍କି ଓହ୍ଲାଇ ନେଇ ଓ ଗରମ ଗରମ ପରସନ୍ତୁ ।