Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ମଟନ୍ କୋରମା
    Odia Recipe

    ମଟନ୍ କୋରମା

    Suchitra PBy Suchitra PFebruary 23, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    mutton Recipe
    mutton Recipe
    Share
    Facebook Twitter LinkedIn Pinterest Email
    mutton Recipe
    mutton Recipe

    ସାମଗ୍ରୀ :

    • ମାଂସ – ୬୦୦ ଗ୍ରାମ୍
    • ପିଆଜ – ବଡ଼ ୨ଟି
    • ଲବଙ୍ଗ – ୬ଟି
    • ଅଳେଇଚ – ୮ଟି
    • ଜିରା – ୧ ଟେବୁଲ୍ ଚାମଚ
    • ଡାଲଚିନି -୨ ଇଞ୍ଚ
    • ଜାଇଫଳ- ୪ ଭାଗରୁ ୧ ଭାଗ
    • ଧନିଆ ଗୁଣ୍ଡ -୨ ଟେବୁଲ୍ ଚାମଚ
    • ଲୁଣ – ସ୍ବାଦାନୁସାରେ
    • ତେଲ – ୪ ଟେବୁଲ୍ ଚାମଚ
    • ତେଜପତ୍ର – ୨ଟି
    • ଅଦା ବଟା – ୨ ଟେବୁଲ୍ ଚାମଚ
    • ରସୁଣ ବଟା -୨ ଟେବୁଲ୍ ଚାମଚ
    • ଲଙ୍କାଗୁଣ୍ଡ -୧ ଚାମଚ
    • ହଳଦି-୨ ଚାମଚ
    • ନଡ଼ିଆ ବଟା – ୩ ଟେବୁଲ୍ ଚାମଚ
    • ପୋସ୍ତ ବଟା – ୩ ଟେବୁଲ୍ ଚାମଚ
    • ଧନିଆ ପତ୍ର କଟା – ୧ ଟେବୁଲ୍ ଚାମଚ
    • ପ୍ରଣାଳୀ-

      ପ୍ରଥମେ ୧ ଇଞ୍ଚ ଖଣ୍ଡ କରି ମାଂସ କାଟନ୍ତୁ । ପିଆଜ କାଟି ଛୋଟ ଛୋଟ କରି ରଖନ୍ତୁ । କରେଇ ଗରମ କରି ଲବଙ୍ଗ, ଅଳେଇଚ, ଜିରା, ଡାଲଚିନି ଓ ଜାଇଫଳକୁ ଭାଜି ଗୁଣ୍ଡ କରି ରଖନ୍ତୁ । କରେଇରେ ତେଲ ଗରମ କରି ତେଜପତ୍ର, ପିଆଜ ଓ ଗୁଣ୍ଡ ମସଲା ପକାଇ ପିଆଜକୁ ଲାଲ୍ କରି ଭାଜନ୍ତୁ । ଅଦା-ରସୁଣ ବଟା ପକାଇ ଲଗାତର ୬ ମିନିଟ୍ ଯାଏଁ ଭାଜନ୍ତୁ । ତା’ପରେ ଲଙ୍କାଗୁଣ୍ଡ, ହଳଦି ଓ ମାଂସ ମିଶାନ୍ତୁ । ଭଲକରି ଗୋଳାଇ ୧୦୦ ମି.ଲି. ପାଣି ଦେଇ ଘୋଡ଼ାନ୍ତୁ । କମ୍ ଆଞ୍ଚରେ ସିଝିଗଲେ ନଡ଼ିଆ ବଟା, ପୋସ୍ତ ବଟା, ଧନିଆ ଗୁଣ୍ଡ ଓ ଲୁଣ ପକାଇ ୧୫ ରୁ ୨୦ ମିନିଟ୍ କମ୍ ଆଞ୍ଚରେ ବସାଇ ରାନ୍ଧନ୍ତୁ । ଶେଷରେ ଏକ ପାତ୍ରକୁ କାଢ଼ି ଧନିଆ ପତ୍ରରେ ସଜାଇ ଖାଇବାକୁ ଦିଅନ୍ତୁ ।

    Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.