
ସାମଗ୍ରୀ :
-
- ୧.୫ ଇଞ୍ଚ ସାଇଜରେ କଟା ମାଂସ – ୫୦୦ ଗ୍ରାମ୍
- ସଝା ଆଳୁ – ୪ଟି ବଡ଼
- ପିଆଜ – ୧ଟି
- କଟା ରସୁଣ – ୧ ଟେବୁଲ୍-ଚାମଚ
- କଟା ଅଦା-୧ ଟେବୁଲ୍-ଚାମଚ
- ଶୁଖିଲା ଲଙ୍କା – ୧୦ଟି
- ଗୋଟା ଧନିଆ – ୧ ଟେବୁଲ୍-ଚାମଚ
- ଜିରା – ୧ ଟେବୁଲ୍-ଚାମଚ
- ପାନମହୁରି – ୧ ଟେବୁଲ୍-ଚାମଚ
- ଲୁଣ – ସ୍ବାଦାନୁସାରେ
- ଗୋଲମରିଚ – ୧ ଛୋଟ ଚାମଚ
- ହଳଦି – ୧ ଚାମଚ
- ଅଳେଇଚ ମଞ୍ଜି – ୮ଟି
- ଡାଲଚିନି-୨ ଇଞ୍ଚ
- ଭିନେଗାର -୨ ଟେବୁଲ୍-ଚାମଚ
- ମରା ନଡ଼ିଆ ତେଲ – ୩ ଟେବୁଲ୍-ଚାମଚ
- ଘିଅ – ୧ ଟେବୁଲ୍-ଚାମଚ
- ନଡ଼ିଆ କ୍ଷୀର – ୫୦୦ ମିଲି
- ୧.୫ ଇଞ୍ଚ ସାଇଜରେ କଟା ମାଂସ – ୫୦୦ ଗ୍ରାମ୍
ପ୍ରଣାଳୀ-
ପ୍ରଥମେ ଆଳୁକୁ ୪ ଖଣ୍ଡ କରି କାଟନ୍ତୁ ଓ ପିଆଜକୁ ସରୁ ଲମ୍ବା ଆକାରରେ କାଟନ୍ତୁ । କରେଇରେ ଅଦା, ରସୁଣ, ଲଙ୍କା, ଧନିଆ, ଜିରା, ପାନମହୁରି, ଗୋଲମରିଚ, , ହଳଦି, ଅଳେଇଚ ଓ ଡାଲଚିନିକୁ ଭାଜି ଗୁଣ୍ଡ କରି ରଖନ୍ତୁ । ଏହି ମସଲାକୁ ମାଂସରେ ଗୋଳାଇ ୧ ଘଣ୍ଟା ରଖନ୍ତୁ । ଏଥିରେ ଭିନେଗାର ଓ ଲୁଣ ପକାଇ ମିଶାନ୍ତୁ । ଏଥର କରେଇରେ ତେଲ ଓ ଘିଅ ଗରମ କରନ୍ତୁ । ମାଂସ ପକାଇ କମ୍ ଆଞ୍ଚରେ ସିଝିବା ଯାଏଁ ଭାଜନ୍ତୁ । ହୋଇଗଲେ ପେପରରେ କାଢ଼ି ଅନାବଶ୍ୟକ ତେଲ କାଢ଼ି ଦିଅନ୍ତୁ । ଏଥର କରେଇରେ ଆଳୁକୁ ପକାଇ ଲାଲ୍ କରି ଭାଜନ୍ତୁ । ବଳକା ୧ ଚେବୁଲ-ଚାମଚ ପିଆଜକୁ କରେଇରେ ପକାଇ ୩-୪ ମିନିଟ ଭାଜି ସେଥିରେ ମାଂସ ପକାଇ ନଡ଼ିଆ କ୍ଷୀର ମିଶାଇ ଫୁଟାନ୍ତୁ । ଗ୍ୟାସ୍ କମାଇ ଝୋଳ ବହଳିଆ ହେବାଯାଏ ରାନ୍ଧନ୍ତୁ । ଲୁଣ ଚାଖି ସର୍ଭିଙ୍ଗ ଡିସ୍ରେ କାଢ଼ି ଆଳୁ ଭଜା, ପିଆଜ ଓ ଲେମ୍ବୁ ଚାରିପଟରୁ ସଜାଇ ପରଶନ୍ତୁ ।