Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ମଟନ୍ ରୋଷ୍ଟ୍
    Chicken & Nonveg

    ମଟନ୍ ରୋଷ୍ଟ୍

    Suchitra PBy Suchitra PFebruary 20, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    Motton Roast
    Motton Roast
    Share
    Facebook Twitter LinkedIn Pinterest Email
    Motton Roast
    Motton Roast

    ସାମଗ୍ରୀ :

      • ୧.୫ ଇଞ୍ଚ ସାଇଜରେ କଟା ମାଂସ – ୫୦୦ ଗ୍ରାମ୍
      • ସଝା ଆଳୁ – ୪ଟି ବଡ଼
      • ପିଆଜ – ୧ଟି
      • କଟା ରସୁଣ – ୧ ଟେବୁଲ୍-ଚାମଚ
      • କଟା ଅଦା-୧ ଟେବୁଲ୍-ଚାମଚ
      • ଶୁଖିଲା ଲଙ୍କା – ୧୦ଟି
      • ଗୋଟା ଧନିଆ – ୧ ଟେବୁଲ୍-ଚାମଚ
      • ଜିରା – ୧ ଟେବୁଲ୍-ଚାମଚ
      • ପାନମହୁରି – ୧ ଟେବୁଲ୍-ଚାମଚ
      • ଲୁଣ – ସ୍ବାଦାନୁସାରେ
      • ଗୋଲମରିଚ – ୧ ଛୋଟ ଚାମଚ
      • ହଳଦି – ୧ ଚାମଚ
      • ଅଳେଇଚ ମଞ୍ଜି – ୮ଟି
      • ଡାଲଚିନି-୨ ଇଞ୍ଚ
      • ଭିନେଗାର -୨ ଟେବୁଲ୍-ଚାମଚ
      • ମରା ନଡ଼ିଆ ତେଲ – ୩ ଟେବୁଲ୍-ଚାମଚ
      • ଘିଅ – ୧ ଟେବୁଲ୍-ଚାମଚ
      • ନଡ଼ିଆ କ୍ଷୀର – ୫୦୦ ମିଲି

    ପ୍ରଣାଳୀ-

    ପ୍ରଥମେ ଆଳୁକୁ ୪ ଖଣ୍ଡ କରି କାଟନ୍ତୁ ଓ ପିଆଜକୁ ସରୁ ଲମ୍ବା ଆକାରରେ କାଟନ୍ତୁ । କରେଇରେ ଅଦା, ରସୁଣ, ଲଙ୍କା, ଧନିଆ, ଜିରା, ପାନମହୁରି, ଗୋଲମରିଚ, , ହଳଦି, ଅଳେଇଚ ଓ ଡାଲଚିନିକୁ ଭାଜି ଗୁଣ୍ଡ କରି ରଖନ୍ତୁ । ଏହି ମସଲାକୁ ମାଂସରେ ଗୋଳାଇ ୧ ଘଣ୍ଟା ରଖନ୍ତୁ । ଏଥିରେ ଭିନେଗାର ଓ ଲୁଣ ପକାଇ ମିଶାନ୍ତୁ । ଏଥର କରେଇରେ ତେଲ ଓ ଘିଅ ଗରମ କରନ୍ତୁ । ମାଂସ ପକାଇ କମ୍ ଆଞ୍ଚରେ ସିଝିବା ଯାଏଁ ଭାଜନ୍ତୁ । ହୋଇଗଲେ ପେପରରେ କାଢ଼ି ଅନାବଶ୍ୟକ ତେଲ କାଢ଼ି ଦିଅନ୍ତୁ । ଏଥର କରେଇରେ ଆଳୁକୁ ପକାଇ ଲାଲ୍ କରି ଭାଜନ୍ତୁ । ବଳକା ୧ ଚେବୁଲ-ଚାମଚ ପିଆଜକୁ କରେଇରେ ପକାଇ ୩-୪ ମିନିଟ ଭାଜି ସେଥିରେ ମାଂସ ପକାଇ ନଡ଼ିଆ କ୍ଷୀର ମିଶାଇ ଫୁଟାନ୍ତୁ । ଗ୍ୟାସ୍ କମାଇ ଝୋଳ ବହଳିଆ ହେବାଯାଏ ରାନ୍ଧନ୍ତୁ । ଲୁଣ ଚାଖି ସର୍ଭିଙ୍ଗ ଡିସ୍‌ରେ କାଢ଼ି ଆଳୁ ଭଜା, ପିଆଜ ଓ ଲେମ୍ବୁ ଚାରିପଟରୁ ସଜାଇ ପରଶନ୍ତୁ ।

    Chicken Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2026 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.