Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଏଗ୍ ମସଲା
    Chicken & Nonveg

    ଏଗ୍ ମସଲା

    Suchitra PBy Suchitra PFebruary 20, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    egg-curry-recipe
    egg-curry-recipe
    Share
    Facebook Twitter LinkedIn Pinterest Email
    egg-curry-recipe
    egg-curry-recipe

    ସାମଗ୍ରୀ :

      • ଅଣ୍ଡା – ୪ଟି
      • ପିଆଜ – ୨ଟି
      • ଅଦା ଓ ରସୁଣ ବଟା – ୨ ଚାମଚ
      • ଲଙ୍କା ବଟା – ୧ ଚାମଚ
      • ନଡ଼ିଆ ଓ ପୋସ୍ତ ବଟା – ୧ ଟେବୁଲ ଚାମଚ
      • ଟମାଟୋ ପ୍ୟୁରି – ୧/୨ କପ୍
      • ସିଝା ଆଳୁ – ୨ ଟି (ଅଣ୍ଡା ସାଇଜର)
      • ଗରମ ମସଲା ଗୁଣ୍ଡ – ୧/୨ ଚାମଚ
      • ତେଲ – ଛୋଟ ୧ କପ୍ (୫୦ ମିଲି)
      • ଲୁଣ – ସ୍ୱାଦ ଅନୁସାରେ
      • କଞ୍ଚାଲଙ୍କା – ୨ଟି
      • ହଳଦି – ୧/୨ ଚାମଚ

    ପ୍ରଣାଳୀ-

    ପ୍ରଥମେ ଅଣ୍ଡାକୁ ସିଝାଇ ଚେପା ଛଡ଼ାଇ ହାଲକା ଭାଜି ରଖନ୍ତୁ । ଆଳୁକୁ ସିଝାଇ ଚୋପା ଛଡ଼ାଇ ଦୁଇଫାଳ କରି କାଟି ରଖନ୍ତୁ । ପିଆଜ ଓ ଲଙ୍କାକୁ ସରୁ ଲମ୍ବାରେ କାଟି ରଖନ୍ତୁ । କରେଇରେ ତେଲ ଗରମ କରି ଅଦା-ରସୁଣ ବଟା ପକାଇ କଷନ୍ତୁ । ଗନ୍ଧ ଚାଲିଗଲେ ନଡ଼ିଆ ପୋସ୍ତ ବଟା, ଲୁଣ, ହଳଦି ପକାଇ ଆଉ ୩ ମିନିଟ୍ ଘାଣ୍ଟି ଟମାଟୋ ପ୍ୟୁରି ମିଶାନ୍ତୁ । ୫ ମିନିଟ୍ କଷିବା ପରେ ଆଳୁକଟା ଓ ଗରମ ମସଲା ଗୁଣ୍ଡ ପକାଇ ୧/୨ କପ୍ ପାଣି ଦିଅନ୍ତୁ । ପାଣି ଫୁଟିଗଲେ ଅଣ୍ଡାକୁ ଲମ୍ବାରେ ମଝରୁ କାଟି ଝୋଳରେ ପକାନ୍ତୁ ଓ ଧୀରେ ଧୀରେ ଗୋଳାନ୍ତୁ । କସ୍ତୁରୀ ମେଥି ପତ୍ର ୧ ଚାମଚ ପକାଇ ଗୋଳାଇ ୨ ମିନିଟ୍ ଘୋଢ଼େଇଦିଅନ୍ତୁ । ଗରମାଗରମ ପରଶନ୍ତୁ ।

    Egg Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.