Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଚିକେନ୍ କଷା
    Chicken & Nonveg

    ଚିକେନ୍ କଷା

    Suchitra PBy Suchitra PFebruary 16, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    Chicken-Kasa
    Chicken-Kasa
    Share
    Facebook Twitter LinkedIn Pinterest Email
    Chicken-Kasa
    Chicken-Kasa

    ସାମଗ୍ରୀ :

    • ଚିକେନ୍ – ୫୦୦ ଗ୍ରାମ୍

    ସୋରିଷ ତେଲ – ୫ ଟେବୁଲ-ଚାମଚ

    • ବିଲାତି – ୧ଟି
    • ଲଙ୍କା – ୩ଟି
    • କଟା ପିଆଜ – ୪ ଟି
    • ଅଦା-ରସୁଣ ପେଷ୍ଟ – ୨ ଟେବୁଲ ଚାମଚ
    • ଅଳେଇଚ – ୩ଟି
    • ଲବଙ୍ଗ – ୩ଟି
    • ଡାଲଚିନି – ଖଣ୍ଡେ
    • ଜିରା – ଚିମୁଟାଏ
    • ଜିରା ଗୁଣ୍ଡ – ୧ ଚା’-ଚାମଚ
    • କାଶ୍ମିରୀ ଲଙ୍କାଗୁଣ୍ଡ – ୧ ଟେବୁଲ-ଚାମଚ
    • ଚିନି – ୧/୨ ଚା’-ଚାମଚ
    • ଲୁଣ – ସ୍ବାଦାନୁସାରେ
    • ଗରମ ମସଲା ଗୁଣ୍ଡ – ୧/୨ ଚା’-ଚାମଚ
    • ଘିଅ – ୧/୨ ଚା’-ଚାମଚ
    • ପାଣି – ୧/୨ କପ

    ପ୍ରଣାଳୀ-

    • ଚିକେନ୍ କୁ ଭଲ ଭାବରେ ଧୋଇ ଏଥିରେ ଲୁଣ ଓ ହଳଦୀ ଗୋଳାଇ ଅତି କମରେ ଅଧ ଘଣ୍ଟାଏ ରଖନ୍ତୁ ।
    • କରେଇରେ ତେଲ ଗରମ କରି ଜିରା, ଅଳେଇଚ, ଡାଲଚିନି, ଲବଙ୍ଗ ପକାଇ ଫୁଟିବା ଯାଏ ଅପେକ୍ଷା କରନ୍ତୁ ।
    • ଫୁଟି ଆସିଲେ ଚିନି ପକାନ୍ତୁ । ଚିନି ଲାଲ ହୋଇ ଆସିଲେ କଟା ପିଆଜ ପକାଇ ମଉଳିବା ପର୍ଯ୍ୟନ୍ତ ଭାଜନ୍ତୁ ।
    • ଏବେ ଅଦା-ରସୁଣ ପେଷ୍ଟ ପକାଇ ଗନ୍ଧ ଯିବା ଯାଏ ରାନ୍ଧନ୍ତୁ । ପରେ କଟା ବିଲାତି ପକାଇ ସିଝିବ ଯାଏ ରାନ୍ଧନ୍ତୁ ।
    • ଏହାପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ପକାନ୍ତୁ ।
    • ଏବେ ଦୁଇ ଚାମଚ ପାଣି ଦିଅନ୍ତୁ ଯାହା ଦ୍ୱାରା ମସଲା ପୋଡିଯିବାର ସମ୍ଭାବନା ରହିବ ନାହିଁ । ପରେ ଗ୍ରେଭିରୁ ତେଲ ଛାଡିବା ଯାଏ କଷନ୍ତୁ ।
    • ଏହାପରେ ଗୋଳା ହୋଇ ରଖିଥିବା ଚିକେନ୍ କୁ ପକାଇ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ କଷନ୍ତୁ । ଏବେ ୧/୨ କପ ପାଣି ଦେଇ, କରେଇରେ ଢାଙ୍କୁଣୀ ଢାଙ୍କି ଦିଅନ୍ତୁ ।
    • ଚିକେନ୍ ସିଝିବା ପାଇଁ ଧିମା ଆଞ୍ଚରେ ଅତି କମରେ ୧୦-୧୫ ମିନିଟ ଯାଏ ରାନ୍ଧନ୍ତୁ । ଏହାପରେ ଢାଙ୍କୁଣୀ ଖୋଲି କରେଇର ଚାରିପଟେ ଖୁସୁଣୀ ମାରନ୍ତୁ ।
    • ଯଦି ତରକାରୀ ଶୁଖିଲା ଅନୁଭବ କରନ୍ତି ତେବେ କିଛି ଗରମ ପାଣି ମିଶେଇ ପାରନ୍ତି । ଏବେ ୫ ମିନିଟ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ ।
    • ଶେଷରେ ଯେତେବେଳେ ତରକାରୀ ପ୍ରସ୍ତୁତ ହୋଇଯିବ ଓ ଚିକେନ୍ ନରମ ହୋଇଯିବେ ସେତେବେଳେ ଘିଅ ଓ ଗରମ ମସଲା ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଆଞ୍ଚ ବନ୍ଦ କରି ଦିଅନ୍ତୁ ।
    • ଚିକେନ୍ କଷ।କୁ ରୋଟୀ କିମ୍ବା ଭାତ ସହ ପରସନ୍ତୁ ।
    Chicken Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.