Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଏଗ୍ ରୋଲ୍/Egg Roll
    Chicken & Nonveg

    ଏଗ୍ ରୋଲ୍/Egg Roll

    Suchitra PBy Suchitra PFebruary 11, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    egg-rolls
    egg-rolls
    Share
    Facebook Twitter LinkedIn Pinterest Email
    egg-rolls
    egg-rolls

    ସାମଗ୍ରୀ :

    • ଅଣ୍ଡା – ୩ଟି
    • ତେଲ – ସେକିବାକୁ
    • ବଡ଼ ପିଆଜ – ୨ ଟି (ସରୁ କଟା)
    • କାକୁଡି – ୧ ଟି
    • ଗୋଲମରିଚ ଗୁଣ୍ଡ – ୧/୩ ଚାମଚ
    • ଲୁଣ – ସ୍ବାଦାନୁସାରେ
    • ଚାଟ୍ ମସଲା – ସ୍ବାଦାନୁସାରେ
    • ଲେମ୍ବୁରସ -୧ ଛେଟ ଚାମଚ
    • କଟା ଧନିଆ ପତ୍ର – କିଛି
    • ଚିଲି ସସ୍, ଟମାଟୋ ସସ୍, ସୋୟା ସସ୍ – ସ୍ୱାଦ ଅନୁସାରେ

    ରୁଟି ପାଇଁ :

    • ମଇଦା – ୨ କପ୍
    • ଅଟା – ୧ ଟେବୁଲ-ଚାମଚ
    • ଲୁଣ – ଅଳ୍ପ
    • ପାଣି – ଦଳିବା ପାଇଁ
    • ଦହି – ୧/୨ ଟେବୁଲ-ଚାମଚ

    ପ୍ରଣାଳୀ-

    ମଇଦା, ଅଟା, ଲୁଣ, ପାଣି ଓ ଦହି ମିଶାଇ ଭଲକରି ଦଳି ନରମ କରି ୧ ଘଣ୍ଟା ପାଖାପାଖି ଓଦାକନାରେ ଢାଙ୍କି ରଖନ୍ତୁ । ପରେ ରୁଟି ସାଇଜର ଗୁଳା କରି ପତଳା କରି ବେଲି ତାୱା ଉପରେ ଦୁଇପଟ ସେକି ରଖନ୍ତୁ ।
    କଟା ପିଆଜ, କଟା କାକୁଡି, ଧନିଆ ପତ୍ରରେ ଲୁଣ, ଲେମ୍ବୁ ରସ, ଚାଟ୍ ମସଲା,ଗୋଲମରିଚ ଗୁଣ୍ଡ ପକାଇ ହାତରେ ଭଲକରି ମିଶାଇଦିଅନ୍ତୁ । ତାୱା ଗରମ କରି ତେଲ ପକାନ୍ତୁ । ଅଣ୍ଡାକୁ ଭଲକରି ଫେଣ୍ଟି ଅଧା ମିଶ୍ରଣକୁ ତାୱାରେ ଦେଇ ଆମ୍‌ଲେଟ୍ ପରି ଦେଇ ଉପରେ ଆଗରୁ ସେକା ହୋଇ ରଖା ହୋଇଥିବା ରୁଟିକୁ ତା’ ଉପରେ ଥାପିଦିଅନ୍ତୁ ଓ ଦୁଇ ପଟକୁ ଭଲକରି ସେକି କାଢ଼ନ୍ତୁ । ମଝିରେ ପିଆଜ ଓ କାକୁଡି ମିଶ୍ରଣରୁ ଦେଇ ଇଚ୍ଛା ମୁତାବକ ସସ୍ ପକାଇ ଗୁଡ଼ାଇ ରୋଲ୍ କରିଦିଅନ୍ତୁ । ସଫା କାଗଜରେ ରୋଲ୍ ଅଧାରୁ କାଗଜ ଗୁଡ଼ାଇ ଧରିବାକୁ କରି ପରଶନ୍ତୁ ।

    Egg Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.