Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଚିକେନ୍ ଟିକ୍କା ମସଲା/Chicken Tika Masala
    Chicken & Nonveg

    ଚିକେନ୍ ଟିକ୍କା ମସଲା/Chicken Tika Masala

    Suchitra PBy Suchitra PFebruary 9, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    Chicken Tika Masala
    Chicken Tika Masala
    Share
    Facebook Twitter LinkedIn Pinterest Email
    Chicken Tika Masala
    Chicken Tika Masala

    ମାରିନେଟ ପାଇଁ ସାମଗ୍ରୀ :

    • ବୋନ୍ ଲେସ ଚିକେନ୍ – ୫୦୦ ଗ୍ରାମ
    • କାଶ୍ମିରୀ ଲଙ୍କାଗୁଣ୍ଡ – ୧ ଚା’ ଚାମଚ
    • ଲେମ୍ବୁ ରସ – ୧ ଚା’ ଚାମଚ
    • ଦହି – ୧/୨ କପ
    • ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ
    • ଧନିଆ ଗୁଣ୍ଡ – ୧ ଚା’ ଚାମଚ
    • ଜିରା ଗୁଣ୍ଡ – ୧/୨ ଚା’ ଚାମଚ
    • ଅଦା ଓ ରସୁଣ ପେଷ୍ଟ – ୧ ଟେବୁଲ ଚାମଚ
    • କସୁରି ମେଥି ପତ୍ର – ୧ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ
    • ତେଲ – ୧ ଟେବୁଲ ଚାମଚ {ଭାଜିବା ପାଇଁ}

    ଗ୍ରେଭି ପାଇଁ ସାମଗ୍ରୀ :

    • ତେଲ – ୩ ଟେବୁଲ ଚାମଚ
    • ଜିରା – ୧/୨ ଚା’ ଚାମଚ
    • ତେଜ ପତ୍ର – ୧ଟି
    • କଳା ଅଳେଇଚ – ୧ଟି
    • ଗୁଜୁରାତି – ୩ଟି
    • ଲବଙ୍ଗ – ୩ଟି
    • ଡାଲଚିନି – ୨ଇଞ୍ଚ
    • କଟା ପିଆଜ – ୩ଟି
    • ବିଲାତି – ୩ଟି
    • ଅଦା ରସୁଣ ପେଷ୍ଟ – ୨ ଟେବୁଲ ଚାମଚ
    • ଧନିଆ ଗୁଣ୍ଡ – ୧.୫ ଚା’ ଚାମଚ
    • ଲଙ୍କା ଗୁଣ୍ଡ – ୧ ଟେବୁଲ ଚାମଚ
    • ଲୁଣ – ସ୍ବାଦାନୁସାରେ
    • କାଜୁ ବାଦାମ ପେଷ୍ଟ – ୪ ଟେବୁଲ ଚାମଚ
    • କସୁରି ମେଥି ପତ୍ର – ୧/୨ ଚା’ ଚାମଚ
    • ଗରମ ମସଲା – ୧/୨ ଚା’ ଚାମଚ
    • ଚିନି – ୧/୨ ଚା’ ଚାମଚ
    • କଟା ଧନିଆ ପତ୍ର – କିଛି

    ପ୍ରଣାଳୀ-

    • ଚିକେନ୍ କୁ ଭଲ ଭାବେ ଧୋଇ ରଖନ୍ତୁ।
    • ଏବେ ଏକ ପାତ୍ରରେ ମ୍ରିନେଟ ପାଇଁ ଥିବା ସମସ୍ତ ସାମଗ୍ରୀକୁ ଭଲଭାବେ ମିଶାଇ ସେଥିରେ ଚିକେନ୍ ଗୋଳାଇ ୨ ଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ ।
    • ୨ ଘଣ୍ଟା ପରେ ଏକ ପ୍ୟାନରେ ୧ ଟେବୁଲ ଚାମଚ ତେଲ ନେଇ ଗରମ କରନ୍ତୁ । ପାତ୍ରରେ ଥିବା ଚିକେନ୍ ପିସ କୁ କାଢି ପ୍ୟାନରେ ପକାଇ ଉଚ୍ଚ ଆଞ୍ଚରେ ଚିକେନ୍ ସିଝିବା ଯାଏ ଭାଜନ୍ତୁ । ମନେରଖନ୍ତୁ ଚିକେନ୍ କୁ ଅଧିକ ସମୟ ପାଇଁ ଭଜିବେ ନାହିଁ ।
    • ଏବେ ବିଲାତିକୁ ଗ୍ରାଇଣ୍ଡିଙ୍ଗ କରି ଅଲଗା ରଖନ୍ତୁ ।
    • ସେହି ପ୍ୟାନରେ ଗ୍ରେଭି ପାଇଁ ତେଲ ଦିଅନ୍ତୁ । ତେଲ ଗରମ ହୋଇ ଆସିଲେ ଜିରା, ଲବଙ୍ଗ, ଅଳେଇଚ, ଗୁଜୁରାତି, ଡାଲଚିନି ଓ ତେଜପତ୍ର ପକାଇ ଭାଜନ୍ତୁ ।
    • ଜିରା ଫୁଟି ଆସିଲେ କଟା ପିଆଜ ପକାଇ ବାଦାମୀ ରଙ୍ଗ ଆସିବା ଯାଏ ଭାଜନ୍ତୁ ।
    • ଏବେ ଅଦା ଓ ରସୁଣ ପେଷ୍ଟ ପକାଇ ଗନ୍ଧ ଯିବା ଯାଏ ଭାଜନ୍ତୁ ।
    • ପରେ ଗ୍ରାଇଣ୍ଡିଙ୍ଗ ହୋଇ ରହିଥିବା ଟମାଟୋ, ଲଙ୍କା ଗୁଣ୍ଡ, ଲୁଣ ଓ ଧନିଆ ଗୁଣ୍ଡ ପକାଇ ୨ ରୁ ୩ ମିନିଟ ଯାଏ ଭାଜନ୍ତୁ ।
    • ଏବେ କାଜୁ ବାଦାମ ପେଷ୍ଟ ପକାନ୍ତୁ । ଏହାକୁ ମସଲାରେ ତେଲ ନଛାଡିବା ଯାଏ କସନ୍ତୁ ।
    • ପରେ ଚିନି ଓ ଚିକେନ୍ ପକାଇ ୨ ରୁ ୩ ମିନିଟ ଯାଏ କସନ୍ତୁ ।
    • ଏବେ ନିଜ ପସନ୍ଦ ଅନୁସାରେ ଗ୍ରେଭି ଠାରୁ ଟିକେ ଅଧିକ ପାଣି ଦେଇ ଫୁଟାନ୍ତୁ ।
    • ଗ୍ରେଭି ଫୁଟି ଆସିଲେ କସୁରି ମେଥି ପକାଇ ୨ରୁ ୩ ମିନିଟ ରାନ୍ଧନ୍ତୁ ।
    • ଏବେ ଗରମ ମସଲା ଓ କଟା ଧନୀଆ ପତ୍ର ପକାଇ ୧୦ ରୁ ୧୨ ମିନିଟ ଯାଏ ରାନ୍ଧନ୍ତୁ ।
    • ପରେ ଏଖକୁ ଗରମ ଗରମ ରୁଟି କିମ୍ବା ଭାତ ସହ ପରସନ୍ତୁ ।
    Chicken Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.