
ପୁରି ପାଇଁ :
- ସୁଜି – ୧ କପ୍
- ମଇଦା – ୧/୨ କପ୍
- ତେଲ – ଛାଣିବା ପାଇଁ
ଖଟା ପାଣି ପାଇଁ :
- ଜିରା ଗୁଣ୍ଡ – ୧ ଛୋଟ ଚାମଚ
- ତେନ୍ତୁଳି ମଣ୍ଡ – ୧ କପ୍
- ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ
- ବିଟ୍ ଲୁଣ – ୧/୨ ଚା’ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
- ଜଲଜିରା – ୧ ଛୋଟ ଚାମଚ
- କଟା ଧନିଆ ପତ୍ର – ୧/୪ କପ୍
- କଟା ପୋଦିନା ପତ୍ର – ୨ ଛୋଟ ଚାମଚ
- ଲେମ୍ବୁ ରସ – ୨ ଚାମଚ
ଆଳୁ ମସଲା ପାଇଁ:
- କଟା ଧନିଆ ପତ୍ର – ୧/୪ କପ୍
- ସିଝା ବଡ ଆଳୁ – ୨ଟି
- କଟା ପିଆଜ – ୧ ଟି (ବଡ)
- କଞ୍ଚା ଲଙ୍କା ଛେଚା – ୨ ଟି
- ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
ସୁଜି ଓ ମଇଦା କୁ ଭଲ କରି ମିଶାନ୍ତୁ । ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ତେଲ ଅଳ୍ପ ମିଶାନ୍ତୁ । ଅଳ୍ପ ଅଳ୍ପ ପାଣି ଦେଇ ଚକଟନ୍ତୁ । ସୁଜି ଓ ମଇଦା ଭଲକରି ମିଶିବା ଯାଏ ଚକଟନ୍ତୁ । ଏବେ ୨୦ ମିନିଟ୍ କପଡା ଘୋଡାଇ ରଖନ୍ତୁ । ତାପରେ ତେନ୍ତୁଳି ମଣ୍ଡରେ କିଛି ପାଣି, ଜଲଜିରା, ଲଙ୍କା ଗୁଣ୍ଡ, ବିଟ୍ ଲୁଣ, ଲେମ୍ବୁ ରସ, ପୋଦିନା ପତ୍ର, ଧନିଆ ପତ୍ର ଓ ଲୁଣ ପକାଇ ଭଲକରି ମିଶାଇ ଖଟାପାଣି ପ୍ରସ୍ତୁତ କରନ୍ତୁ । ମଇଦା ଚକଟାକୁ ପୁଣି ଥରେ ଭଲକରି ଚକଟନ୍ତୁ । ଏବେ ଏହାକୁ ଗୁପଚୁପ୍ ଆକାରରେ ବେଲି ଓଦା କପଡ଼ାରେ ରଖନ୍ତୁ । କରେଇରେ ତେଲ ଗରମ କରି ଅଳ୍ପ ଆଞ୍ଚରେ ଛାଣି ରଖନ୍ତୁ । ଏବେ ସିଝା ଆଳୁକୁ ଭଲକରି ଚକଟନ୍ତୁ । ଏଥିରେ କଞ୍ଚା ଲଙ୍କା ଛେଚା, ଧନିଆ ପତ୍ର, ଜିରା ଗୁଣ୍ଡ, କଟା ପିଆଜ ଓ ଲୁଣ ଦେଇ ଚକଟି ଆଳୁ ମସଲା ତିଆରି କରନ୍ତୁ । ଗୁପଚୁପ୍ ରେ ଆଳୁ ମସଲା ଓ ଖଟା ପାଣି ଦେଇ ପରସନ୍ତୁ ।