Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ମାଛ ଟିକ୍କା ମସଲା/Fish Tika Masala
    Chicken & Nonveg

    ମାଛ ଟିକ୍କା ମସଲା/Fish Tika Masala

    Suchitra PBy Suchitra PFebruary 3, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    Fish Tika Masala
    Fish Tika Masala
    Share
    Facebook Twitter LinkedIn Pinterest Email
    Fish Tika Masala
    Fish Tika Masala

    ସାମଗ୍ରୀ :

    • ରୋହୀ ମାଛ – ୬ ରୁ ୮ ଖଣ୍ଡ
    • କାଶ୍ମିରୀ ଲଙ୍କାଗୁଣ୍ଡ – ୧ ଚା’ ଚାମଚ
    • ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ
    • ଅଦା ରସୁଣ ପେଷ୍ଟ – ୧ ଟେବୁଲ ଚାମଚ
    • ଲେମ୍ବୁ ରସ – ୨ ଚା’ ଚାମଚ
    • ଲୁଣ – ୧ ଚା’ ଚାମଚ କିମ୍ବା ସ୍ୱାଦ ଅନୁସାରେ
    • କଟା ପିଆଜ – ୧ଟି (ବଡ଼)
    • ନଡ଼ିଆ – ୫୦ ଗ୍ରାମ
    • ଭଜା ବାଦାମ – ୩୦ ଗ୍ରାମ
    • ଲବଙ୍ଗ – ୩ ଟି
    • ଗୁଳୁରାତି – ୧ ଟି
    • ଡାଲଚିନି – ୨ ଟି ଛୋଟ ଖଣ୍ଡ
    • ପିସ୍ତା ବାଦାମ – ୧୦ ଟି
    • ଭଜା ଧନିଆ – ୨ ଚାମଚ
    • ଭଜା ଜିରା – ୧ ଚାମଚ
    • ଦହି – ୧୦୦ ଗ୍ରାମ
    • କଟା ଧନିଆ ପତ୍ର – ୧ ଚାମଚ
    • କଞ୍ଚା ଲଙ୍କା – ୪ ଟି
    • ଗରମ ମସଲା – ୧/୨ ଚା’ ଚାମଚ
    • ବିଲାତି – ୨ଟି
    • କସୁରି ମେଥି ପତ୍ର – ୧ ଚାମଚ

    ପ୍ରଣାଳୀ-

    ଗୋଟିଏ ପାତ୍ରରେ ହଳଦୀ ୧/୨ ଚା’ ଚାମଚ, ଲାଲ ଲଙ୍କା ଗୁଣ୍ଡ ୧ ଚା’ ଚାମଚ, ଲୁଣ ୧ ଚା’ ଚାମଚ, ଅଦା ପେଷ୍ଟ ୧ ଟେବୁଲ ଚାମଚ ଓ ଲେମୁରସ ୧ ଚା’ ଚାମଚ ନେଇ ଭଲଭାବରେ ମିଶାନ୍ତୁ । ଏହାକୁ ମାଛ ଉପରେ ଭଲଭାବରେ ଲଗାଇ ଓ ଗୋଳାଇ ୧୦ ମିନିଟ ରଖନ୍ତୁ । ପ୍ୟାନ ଗରମ କରି ତେଲ ୧ ଚା’ ଚାମଚ ନେଇ ଗରମ କରନ୍ତୁ । ଏଥିରେ ମାଛକୁ ହାଲକା ଭାଜି କାଢି ଆଣନ୍ତୁ । ପରେ ଏକ ପ୍ୟାନରେ ଏକ ଚାମଚ ତେଲ ଗରମ କରି କଟା ପିଆଜ ପକାଇ, ଏହାକୁ ୧ ମିନିଟ ପାଇଁ ହାଲକା ଭାଜି କାଢି ଆଣନ୍ତୁ । ଭଜା ପିଆଜ, ନଡ଼ିଆ, ଭଜା ବାଦାମ, ପିସ୍ତା ବାଦାମ, ଡାଲଚିନି, ଗୁଜୁରାତି, ଲବଙ୍ଗ, ହାଲକା ଭଜା ଧନିଆ, ହାଲକା ଭଜା ଜିରା ଓ ଦହି କୁ ନେଇ ଗ୍ରାଇଣ୍ଡିଙ୍ଗ କରି ପେଷ୍ଟ ତିଆରି କରନ୍ତୁ । ଏହାପରେ ବିଲାତି କୁ କାଟି, ଏହାକୁ ଗ୍ରାଇଣ୍ଡିଙ୍ଗ କରି ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ ।

    ଏବେ ପ୍ୟାନ ରେ ତେଲ ଗରମ କରି ଅଦା ଓ ରସୁଣ ପେଷ୍ଟ କୁ କଶନ୍ତୁ । ଏହାପରେ ଏଥିରେ ବିଲାତି ପେଷ୍ଟ ପକାନ୍ତୁ । ବେଶୀ ଆଞ୍ଚରେ କଷି, ପରେ ସେଥିରେ କାଶ୍ମିରୀ ଲଙ୍କାଗୁଣ୍ଡ ଓ ହଳଦୀ ପକାଇ ଭଲଭାବେ କଶନ୍ତୁ । ଏହାପରେ ଦହି ମିଶ୍ରିତ ମସଲା ପେଷ୍ଟ କୁ ପକାଇ କଶନ୍ତୁ । ଏବେ ଏଥିରେ କସୁରି ମେଥି ପତ୍ର ୧ ଚାମଚ ପକାଇ ୨୦ ସେକେଣ୍ଡ କଶନ୍ତୁ । ପରେ ୧ କପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ଦେଇ କଶନ୍ତୁ । ଭଲକରି କଷିଲା ପରେ ମାଛକୁ ସେଥିରେ ପକାଇ ଅଳ୍ପ ଆଞ୍ଚରେ ରାନ୍ଧନ୍ତୁ । ଧୀରେ ଧୀରେ ମାଛକୁ ଓଲଟାଇ ଦିଅନ୍ତୁ । ୨ ମିନିଟ ପରେ ଏଥିରେ ୧.୫ କପ ପାଣି ଦିଅନ୍ତୁ । ଏଥିରେ କଞ୍ଚା ଲଙ୍କା ,ଧନିଆ ପତ୍ର, ଲେମ୍ବୁ ରସ ଓ ଗରମ ମସଲା ପକାଇ ମିଶାନ୍ତୁ । ଏହାକୁ ଢାଙ୍କି ଅଳ୍ପ ଆଞ୍ଚରେ ୧୫ ମିନିଟ ପର୍ଯ୍ୟନ୍ତ ରାନ୍ଧନ୍ତୁ । ଝୋଳ ବହଳିଆ ହୋଇଆସିଲେ ଏହାକୁ ଓହ୍ଲାଇ ଆଣି ଗରମ ଗରମ ପରସନ୍ତୁ ।

    Fish Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.