
ସାମଗ୍ରୀ :
- ସାଗୁ -୨୫୦ ଗ୍ରାମ୍
- ଲୁଣ – ଆବଶ୍ୟକ ମୁତାବକ
- ପାଣି – ଆବଶ୍ୟକ ମୁତାବକ
- ସୋଢ଼ା – ୧/୪ ଚାମଚ (ଛୋଟ)
- କଳାଜୀରା – ୨ ଚାମଚ
- ଲଙ୍କାଗୁଣ୍ଡ – ୧ ଚାମଚ
ପ୍ରଣାଳୀ-
ସାଗୁକୁ ଗ୍ରାଇଣ୍ଡରେ ଗୁଣ୍ଡ କରିଦିଅନ୍ତୁ । ପାଣି ଗରମ କରି ସାଗୁଗୁଣ୍ଡ ମିଶାଇ ରାନ୍ଧନ୍ତୁ । ସେଥିରେ ଲୁଣ, କଳାଜିରା ଓ ଲଙ୍କାଗୁଣ୍ଡ ମିଶାଇ ବହଳିଆ (ଅଳ୍ପ) ହେବାଯାଏଁ ରାନ୍ଧନ୍ତୁ । ଶେଷରେ ସୋଢ଼ା ମିଶାନ୍ତୁ । ଥଣ୍ଡା ହେଲାପରେ ଟିଣ ପ୍ଲେଟ୍ ରେ ତେଲ ଲଗାଇ ପତଳା ପତଳା କରି ଆଣ ପକାନ୍ତୁ । ଭଲକରି ଶୁଖାଇ ଢବାରେ ଭରି ରଖନ୍ତୁ ।