Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Breakfast»ମୋଗଲାଇ କିମା ପରଟା/Mughlai Keema Paratha
    Breakfast

    ମୋଗଲାଇ କିମା ପରଟା/Mughlai Keema Paratha

    Suchitra PBy Suchitra PJanuary 21, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    Mughlai Keema Paratha
    Mughlai Keema Paratha
    Share
    Facebook Twitter LinkedIn Pinterest Email
    Mughlai Keema Paratha
    Mughlai Keema Paratha

    ସାମଗ୍ରୀ :

    • ଅଟା -୫୦୦ ଗ୍ରାମ୍
    • ଲୁଣ -ସ୍ବାଦାନୁଯାୟୀ
    • ଉଷୁମ ପାଣି -ଦଳିବା ପାଇଁ
    • ଦଳିବା ପାଇଁ କ୍ଷୀର – ୧/୨ କପ୍

      କିମା ପାଇଁ

    • ମାଂସ କିମା -୨୫୦ ଗ୍ରାମ୍
    • ଚୂନାକଟା ପିଆଜ -୨ଟି ବଡ଼
    • ରସୁଣ ,ଅଦା ବଟା -୧ ବଡ଼ ଚାମଚ
    • ତେଲ (ଭାଜିବା ପାଇଁ) -୧ ବଡ଼ ଚାମଚ
    • ଗରମ ମସଲାଗୁଣ୍ଡ —୧/୨ ଚାମଚ
    • ଲଙ୍କାଗୁଣ୍ଡ -୧ ଚାମଚ
    • ମୋଗଲାଇ ଅତର -୪ ବୁନ୍ଦା
    • ଆଜିନୋ ମୋତୋ -ଚିମୁଟାଏ
    •  ମସଲା (ବଜାରରେ ମିଳେ) -୧ ଚାମଚ
    • ଅଣ୍ଡା -୪ଟି (ଫେଣ୍ଟା)
    • ରିଫାଇନ ତେଲ -ପରଟା ସେକିବା ପାଇଁ
    • ଲୁଣ -୧ ଚାମଚ
    • ହଳଦି -୧ ଚାମଚ
    • କଟା ଧଣିଆ ପତ୍ର -୧ ଚାମଚ
    • ଭଜା କାଜୁ ଓ କିସମିସ -୧ ବଡ଼ ଚାମଚ

    ପ୍ରଣାଳୀ-

    ଅଟାକୁ ନରମ କରି ଦଳି ଢାଙ୍କି୧/୨ଘଣ୍ଟା ରଖିଦିଅନ୍ତୁ । ମାଂସ କିମାକୁ ଭଲ କର ଧୋଇ ପାଣି ନିଗାଡ଼ି ରଖନ୍ତୁ । ପ୍ରେସର କୁକର ଗରମ କରନ୍ତୁ ଓ ତେଲ ପକାନ୍ତୁ । ଗରମ ହେଲେ କଟା ପିଆଜ ପକାଇ ଲାଲ କରି ଭାଜନ୍ତୁ, ଟିକେ ଲୁଣ ପକାନ୍ତୁ, ପିଆଜ ନରମ ହୋଇଯିବ । ଏଥର ଅଦା ରସୁଣ-ବଟା ପକାଇ ୩ ମିନିଟ୍ କଷନ୍ତୁ । ତା’ପରେ ଲଙ୍କାଗୁଣ୍ଡ, ଗରମ ମସଲା ( ୧/୨ ଚାମଚ), ମୋଗଲାଇ ଅତର, ଆଜିନୋ ମୋତେ, କିମା ମସଲା ଓ ୧/୨ ଚାମଚ ଚିନି ପକାଇ ୭-୮ ମିନିଟ୍ କଷନ୍ତୁ । ତେଲ ଛାଡ଼ି ବାସ୍ନା ଆସିଲେ ମାଂସକିମା, କାଜୁ ଦରକୂଟା କରି, କିସମିସ୍, ଧଣିଆ ପତ୍ର ପକାଇ ୧ ଚେବୁଲ ଚାମଚ ପାଣି ଦେଇ କମ୍ ଆଞ୍ଚରେ ଗୋଟେ ସିଟି ମାରି ସିଝାନ୍ତୁ । କୁକର ଥଣ୍ଡା ହେଲେ ଦେଖନ୍ତୁ, ଯଦି ପାଣି ଥାଏ ମାରିଦିଅନ୍ତୁ ଓ ବାକି ଅଧା ଗରମ ମସଲା ପକାଇ କାଢ଼ି ଥଣ୍ଡା ଟିକେ କରନ୍ତୁ ।

    ଏହାସହିତ ଆଉ ଏକ ଚୁଲାରେ ତାୱା ଗରମ କରି ପତଳା ବଡ଼ ସାଇଜର ରୁଟି ବେଲି ଦୁଇପଟକୁ ହାଲକା ସେକି କାଢ଼ନ୍ତୁ । ମଝିରେ କିମା ମସଲା ଦେଇ ଚାରିପଟୁ ଭାଙ୍ଗିଦିଅନ୍ତୁ । ଏହା ଏଥର ଚାରିକୋଣିଆ ଆକାରର ହୋଇଯିବ । ଗୋଟିଏ ବାଉଲରେ ଅଣ୍ଡା ପଠାଇ ଫେଣ୍ଟି ରଖିଥାନ୍ତୁ । ସେଥିରେ ଟିପେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲକରି ଫେଣ୍ଟି ଦଅନ୍ତୁ । ପରଟାକୁ ଚଟୁ ସାହାଯ୍ୟରେ ଏପଟ ସେପଟ କରି ଟିକେ ଗୋଲଡେନ ରଙ୍ଗ ଆସିଲେ ଅଣ୍ଡା ଫେଣ୍ଟା ପକାଇ ଆଉ କିଛି ସମୟ ତାୱା ରେ ସେକନ୍ତୁ । ଅଣ୍ଡା ହୋଇଗଲେ ଗ୍ୟାସ ଆଞ୍ଚ ବନ୍ଦ କରି ଦିଅନ୍ତୁ । ଏଥର ଛୁରୀ ସାହାଯ୍ୟରେ ତିନି ବା ଚାରି କୋଣିଆ କରି କାଟି ପରଶନ୍ତୁ ।

    Nonveg Recipe Odia Recipe Paratha Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.