
ସାମଗ୍ରୀ :
-
- ଖଡ଼ା ଶାଗ ମୂଳ କଟା (୧ ଇଞ୍ଚ) – ୧ କପ୍
- ଜହ୍ନିକଟା – ୧/୨ କପ୍
- ବାଇଗଣ କଟା – ୧/୨ କପ୍
- କଦଳୀ କଟା – ୧/୨ କପ୍
- ଆଳୁ କଟା – ୧/୨ କପ୍
- ସାରୁ କଟା – ୧/୨ କପ୍
- ଶୁଖୁଲା ଲଙ୍କା – ୨ଟି
- ଫୁଟଣ – ୧ ଚାମଚ
- ସୋରିଷ + ରସୁଣ + ଜିରା ବଟା – ୧ ଚେବୁଲ-ଚାମଚ
- ସୋରିଷ ତେଲ – ୧ ଚାମଚ
- ଲୁଣ – ସ୍ବାଦାନୁସାରେ
- ହଳଦୀ ଗୁଣ୍ଡ – ୧/୪ ଚାମଚ
- ଭଜା ଚୂନା ମାଛ – ୧ କପ୍
ପ୍ରଣାଳୀ-
- କରେଇରେ ତେଲ ଗରମ କରି ଲଙ୍କା ଫୁଟଣ ଫୁଟାଇ ସାରୁ ଓ ଖଡ଼ା ପକାଇ ୨-୩ ମିନିଟ୍ ଭାଜନ୍ତୁ ।
- ତା’ପରେ ଅନ୍ୟ ପରିବା ଦେଇ ଲୁଣ, ହଳଦି ଓ ବଟା ମସଲା ପକାଇ ଓ ଗୋଳାଇ ଘୋଡ଼ାଇ ସିଝାନ୍ତୁ ।
- ସିଝିଗଲେ ଅଳ୍ପ ଟିକେ ପାଣି ଦେଇ ମାଛଭଜା ପକାନ୍ତୁ ।
- ଝୋଳ ଫୁଟି ଆସିଲେ ଢାଙ୍କୁଣୀ କାଢି ଦିଅନ୍ତୁ ।
- ଝୋଳ ବହଳିଆ ହୋଇ ଆସିଲେ ଆଞ୍ଚ ବନ୍ଦ କରିଦିଅନ୍ତୁ ।
- ଏଥିରେ ଟିକେ ଖଟା ପକାଇଲେ ଭଲ ଲାଗେ । ତେଣୁ ଗୋଟା ତେନ୍ତୁଳି ବା କଟା ଆମ୍ବୁଲ ପକାଇ ପାରନ୍ତି ।