Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ରସଗୁଲା/Rasagola
    Odia Recipe

    ରସଗୁଲା/Rasagola

    Suchitra PBy Suchitra PJanuary 17, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Rasagola
    Rasagola
    Share
    Facebook Twitter LinkedIn Pinterest Email
    Rasagola
    Rasagola

    ସାମଗ୍ରୀ :

    • ଗାଈ କ୍ଷୀର ଛେନା – ୧/୨ ଲିଟର (ନରମ )
    • ସୁଜି – ୧/୨ ଟେବୁଲ ଚାମଚ
    • ଚିନି – ୧/୨ କପ
    • ଗୁଜୁରାତି – ୨ ଟି
    • ପାଣି – ୨.୫ କପ

    ପ୍ରଣାଳୀ-

    ପ୍ରଥମେ ସଫା ସୁତା କପଡା ରେ ଛେନା ରଖି ଭଲଭାବରେ ଚିପୁଡ଼ି ଦିଅନ୍ତୁ ଯେପରି ଛେନା ରୁ ପାଣି ବାହାରି ଯିବ ୩-୪ ମିନିଟ ଏପରି କରନ୍ତୁ । ଏବେ ଛେନା କୁ ଗୋଟେ ଜାଗା ରେ ୧ ଘଣ୍ଟା ଟାଙ୍ଗି ଦିଅନ୍ତୁ ଅବଶିଷ୍ଟ ପାଣି ବି ନିଗିଡି ଯିବ । ଏବେ ଛେନାକୁ ଗୋଟେ ପ୍ଲେଟରେ ବାହାର କରନ୍ତୁ , ହାତ ପାପୁଲି ରେ ଛେନାକୁ ଭଲକି ଚକଟି ଦିଅନ୍ତୁ ଯେମିତି ଛେନା ବିଣ୍ଡା ହୋଇନରହେ । ଏବେ ଛେନାରେ ସୁଜି ପକାଇ ଆଉ ଥରେ ଭଲକି ଦଳନ୍ତୁ ।ଏବେ ଛେନା କୁ ଛୋଟ ଛୋଟ ଗୋଲ କରନ୍ତୁ (ପୁରୀ ଗୁଳା ପରି) । ଗ୍ୟାସରେ ପ୍ୟାନ ବସାଇ ପାଣି ୨.୫ କପ ନେଇ ଗରମ କରନ୍ତୁ । ପାଣି ଗରମ ହୋଇଗଲେ ସେଥିରେ ୧/୨ କପ ଚିନି ଓ ଗୁଜୁରାତି (ଦର କୁଟା ) ସେଥିରେ ପକାଇ ମଧ୍ୟମ ଆଞ୍ଚରେ ଗୋଳାନ୍ତୁ । ଚିନି ଶୀରା ରେ ପରିବର୍ତ୍ତିତ ହୋଇଗଲେ ଛେନା ଗୁଳା କୁ ସେଥିରେ ପକାଇ ୧୦ ମିନିଟ ଘୋଡାଇ ଦିଅନ୍ତୁ । ଏବେ ଘୋଡଣି ବାହାର କରି ଦେଖନ୍ତୁ ଛେନା ଗୁଳା ଗୁଡିକ ହାଲକା ହୋଇ ଭାସିବାକୁ ଲାଗିବ । ଏବେ ରସଗୁଲା କୁ ଗରମ ପାଣିରେ ୫ ମିନିଟ ପାଇଁ ପକାଇ ଦିଅନ୍ତୁ । ଏହାପରେ ଥଣ୍ଡା ଚିନି ଶୀରା ପକାଇ ପରସନ୍ତୁ କିମ୍ବା ଫ୍ରୀଜ଼ ରେ ରଖି ୨,୩ ଦିନ ଯାଇ ରସଗୁଲା ର ମଜା ନିଅନ୍ତୁ ।

    Odia Recipe Rasagola Recipe Sweet Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.