Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ପ୍ରନ୍ ସୁପ୍/Prawn Soup
    Chicken & Nonveg

    ପ୍ରନ୍ ସୁପ୍/Prawn Soup

    Suchitra PBy Suchitra PJanuary 9, 2022No Comments1 Min Read
    Facebook Twitter Pinterest LinkedIn Tumblr Email
    Prawn Soup
    Prawn Soup
    Share
    Facebook Twitter LinkedIn Pinterest Email
    Prawn Soup
    Prawn Soup

    ସାମଗ୍ରୀ :

    • ଚିଙ୍ଗୁଡ଼ି (ଚୋପାଛଡ଼ା) – ୫୦ ଗ୍ରାମ୍
    • କଞ୍ଚା ଆମ୍ବ -୨ଟି
    • ପିଆଜ – ୧ଟି ବଡ଼
    • କଞ୍ଚାଲଙ୍କା – ୬ଟି
    • ଧନିଆ ଗୁଣ୍ଡ – ୧ ଚାମଚ
    • ତେଲ -୧ ଚାମଚ
    • ହଳଦି – ୧/୨ ଚାମଚ
    • ହେଙ୍ଗୁ – ୧ ଚାମଚ
    • କର୍ଣ୍ଣ ଫ୍ଲୋର ବା ବେସନ – ୧ ବଡ଼ ଚାମଚ
    • ନଡ଼ିଆ ରସ – ୫୫୦ ମିଲି
    • ଲୁଣ – ସ୍ବାଦାନୁସାରେ

    ପ୍ରଣାଳୀ-

    ପ୍ରଥମେ ଚିଙ୍ଗୁଡ଼ି ଧୋଇ ପରିଷ୍କାର କରନ୍ତୁ । ଆମ୍ବରୁ ଚୋପା ଛଡ଼ାଇ ଛେଟ ଛୋଟ ଖଣ୍ଡ କରି କାଟନ୍ତୁ । ପିଆଜ-ରସୁଣକୁ ଚୁନା-ଚୁନା କରି କାଟନ୍ତୁ । ତେଲ ଗରମ କରି ପିଆଜ, ରସୁଣ ପକାଇ ଭାଜନ୍ତୁ । ତା’ପରେ ଧନିଆଗୁଣ୍ଡ, ହଳଦି ଓ ହେଙ୍ଗୁ ପକାଇ ୩ ମିନିଟ୍ ଗୋଳାନ୍ତୁ । ଚିଙ୍ଗୁଡ଼ି ପକାଇ ୨ ମିନିଟ୍ ଭାଜି ୭୫
    ମିଲି ପାଣି ଦିଅନ୍ତୁ । ୫ ମିନିଟ୍ ପରେ ଆମ୍ବକଟା ପକାଇ ୧୦-୧୨ ମିନିଟ୍ ଫୁଟିଆସିଲେ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ । ତା’ପରେ କର୍ଣ୍ଣଫ୍ଲୋର କୁ ନଡ଼ିଆ ରସରେ ଭଲକରି ମିଶାଇ ଗୋଳାଇ ଗୋଳାଇ ଏହି ମିଶ୍ରଣକୁ କରେଇରେ ମିଶାନ୍ତୁ । ଫୁଟିଗଲେ କମ୍ ଆଞ୍ଚରେ ଝୋଳ ବହଳିଆ ହେବାଯାଏଁ ରାନ୍ଧନ୍ତୁ । ଲୁଣ ଚାଖନ୍ତୁ । ହୋଇଗଲେ ସୁପ୍ ବାଉଲ୍ କୁ କାଢ଼ି ଉପରୁ କଟା ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ ଓ ବ୍ଲାକ୍ ସଲ୍ଟ (କଳା ଲୁଣ) ପକାଇ ସର୍ଭ କରନ୍ତୁ ।

    Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.