Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଛେନା ପୋଡ଼/Chhenapoda
    Odia Recipe

    ଛେନା ପୋଡ଼/Chhenapoda

    Suchitra PBy Suchitra PJanuary 5, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    Chhenapoda
    Chhenapoda
    Share
    Facebook Twitter LinkedIn Pinterest Email
    Chhenapoda
    Chhenapoda

    ସାମଗ୍ରୀ :

    • ଛେନା – ୨୫୦ ଗ୍ରାମ୍
    • ଚିନି – ୧୨୫ ଗ୍ରାମ୍
    • ଅଳେଇଚ ଗୁଣ୍ଡ – ୧/୨ ଚା ଚାମଚ
    • ଚାଉଳ ଚୁନା – ୧ ଟେବୁଲ ଚାମଚ
    • କାଜୁ – ୮ -୧୦ ଟି
    • କିସମିସ୍ – ୫ -୬ ଟି
    • ଆଲମଣ୍ଡ – ୪ -୫ ଟି
    • ଖାଇବା ସୋଡ଼ା – ଚିମୁଟାଏ

    ଛେନା ପୋଡ଼ ପାଇଁ ପ୍ରସ୍ତୁତି

    • ପ୍ରଥମେ ଏକ ବେକିଙ୍ଗ୍ ପାତ୍ର ( Baking pan ) ନିଅନ୍ତୁ , ପାତ୍ର ଉପରେ କଦଳୀ ପତ୍ର କିମ୍ବା ବେକିଙ୍ଗ୍ ପେପର (Parchment paper ) ପକାଇ ଉପରେ ଚାରିଆଡେ ଘିଅ ବା ତେଲ ଲଗାଇ ଦିଅନ୍ତୁ । (ଆପଣ ଚାହିଁଲେ କେବଳ ପ୍ୟାନ ରେ ମଧ୍ୟ କରିପାରିବେ )
    • ଓଭାନ କୁ ୧୮୦ ଡ଼ିଗ୍ରୀ ରେ ୧୫ ମିନିଟ୍ ଯାଏ ପ୍ରିହିଟ୍ କରନ୍ତୁ ।

    ଛେନା ପୋଡ଼ ମିଶ୍ରଣ ପାଇଁ

    • ଏହି ସମୟ ଭିତରେ ଛେନା ପୋଡ଼ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ପାତ୍ର ରେ ୨୫୦ ଗ୍ରାମ୍ ଛେନା ନେଇ ଭଲକି ଦଳନ୍ତୁ ଛେନା ବିଣ୍ଡା ଯେପରି ରହି ନଯାଏ ।
    • ଚିନି ୧୨୫ ଗ୍ରାମ୍ ପକାଇ ଛେନା ସହ ଭଲକି ମିଶାନ୍ତୁ । ଏବେ ରୋଟୀ ପାଇଁ ଅଟା ଦଳିଲା ପରି ଛେନା ଆଉ ଚିନି କୁ ଦଳନ୍ତୁ। କିଛି ସମୟ ଦଳିଲା ପରେ ଛେନା ଲହୁଣୀ ପରି ନରମ ହେବାକୁ ଲାଗିବ । (ମନେରଖିବେ ଯେତେ ନରମ ହେବ ଛେନା ପୋଡ ସେତେ ସ୍ୱାଦ ଲାଗିବ) ଯଦି ଛେନା ଶୁଖିଲା ଲାଗୁଥାଏ ସେଥିରେ କିଛି ଚାମଚ ପାଣି କିମ୍ବା କ୍ଷୀର ମିଶାଇ ପାରିବେ ।
    • ଲହୁଣୀ ପରି ନରମ ହୋଇଗଲେ ଅଳେଇଚ ଗୁଣ୍ଡ, ଚାଉଳ ଚୁନା କିମ୍ବା ସୁଜି , କାଜୁ ,କିସମିସ ,ଆଲମଣ୍ଡ (ଚିମୁଟାଏ ଖାଇବା ସୋଡ଼ା ମିଶାଇ ପାରିବେ ) ଟିକେ ଗୋଳାଇ ଦିଅନ୍ତୁ ।

    ପ୍ରସ୍ତୁତି ପ୍ରଣାଳୀ-

    • ଗରମ ହୋଇଥିବା ପାତ୍ର ରେ ଛେନା ପୋଡ଼ ମିଶ୍ରଣ ଦେଇ ଟିକେ ହଲାଇ ଦିଅନ୍ତୁ ।
    • ଓଭାନ ରେ ହାରାହାରି ୩୫- ୪୦ ମିନିଟ୍ ଯାଏ ରଖି ଦିଅନ୍ତୁ । ମନେ ରଖିବେ ସବୁ ଓଭାନ ର ରାନ୍ଧିବା ଟାଇମ୍ ସମାନ ନୁହଁ ତେଣୁ ମଝିରେ ମଝିରେ ଟିକେ କଞ୍ଚି କିମ୍ବା ଟୁଥ୍ ପିକ୍ ସାହାଯ୍ୟରେ ଚେକ୍ କରୁଥାନ୍ତୁ ।
    • ଛେନା ପୋଡ଼ ସୁନେଲି ରଙ୍ଗ ହୋଇଗଲେ ଓଭାନ ବନ୍ଦ କରି ବାହାରକୁ ନେଇ ଆସନ୍ତୁ । ଛେନା ପୋଡ଼ ପୁରା ଥଣ୍ଡା ହେବା ପରେ ପରସନ୍ତୁ |
    Chhenapoda Recipe Odia Recipe Sweet Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2026 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.