
ସାମଗ୍ରୀ :
- ଛେନା – ୨୫୦ ଗ୍ରାମ୍
- ଚିନି – ୧୨୫ ଗ୍ରାମ୍
- ଅଳେଇଚ ଗୁଣ୍ଡ – ୧/୨ ଚା ଚାମଚ
- ଚାଉଳ ଚୁନା – ୧ ଟେବୁଲ ଚାମଚ
- କାଜୁ – ୮ -୧୦ ଟି
- କିସମିସ୍ – ୫ -୬ ଟି
- ଆଲମଣ୍ଡ – ୪ -୫ ଟି
- ଖାଇବା ସୋଡ଼ା – ଚିମୁଟାଏ
ଛେନା ପୋଡ଼ ପାଇଁ ପ୍ରସ୍ତୁତି
- ପ୍ରଥମେ ଏକ ବେକିଙ୍ଗ୍ ପାତ୍ର ( Baking pan ) ନିଅନ୍ତୁ , ପାତ୍ର ଉପରେ କଦଳୀ ପତ୍ର କିମ୍ବା ବେକିଙ୍ଗ୍ ପେପର (Parchment paper ) ପକାଇ ଉପରେ ଚାରିଆଡେ ଘିଅ ବା ତେଲ ଲଗାଇ ଦିଅନ୍ତୁ । (ଆପଣ ଚାହିଁଲେ କେବଳ ପ୍ୟାନ ରେ ମଧ୍ୟ କରିପାରିବେ )
- ଓଭାନ କୁ ୧୮୦ ଡ଼ିଗ୍ରୀ ରେ ୧୫ ମିନିଟ୍ ଯାଏ ପ୍ରିହିଟ୍ କରନ୍ତୁ ।
ଛେନା ପୋଡ଼ ମିଶ୍ରଣ ପାଇଁ
- ଏହି ସମୟ ଭିତରେ ଛେନା ପୋଡ଼ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ପାତ୍ର ରେ ୨୫୦ ଗ୍ରାମ୍ ଛେନା ନେଇ ଭଲକି ଦଳନ୍ତୁ ଛେନା ବିଣ୍ଡା ଯେପରି ରହି ନଯାଏ ।
- ଚିନି ୧୨୫ ଗ୍ରାମ୍ ପକାଇ ଛେନା ସହ ଭଲକି ମିଶାନ୍ତୁ । ଏବେ ରୋଟୀ ପାଇଁ ଅଟା ଦଳିଲା ପରି ଛେନା ଆଉ ଚିନି କୁ ଦଳନ୍ତୁ। କିଛି ସମୟ ଦଳିଲା ପରେ ଛେନା ଲହୁଣୀ ପରି ନରମ ହେବାକୁ ଲାଗିବ । (ମନେରଖିବେ ଯେତେ ନରମ ହେବ ଛେନା ପୋଡ ସେତେ ସ୍ୱାଦ ଲାଗିବ) ଯଦି ଛେନା ଶୁଖିଲା ଲାଗୁଥାଏ ସେଥିରେ କିଛି ଚାମଚ ପାଣି କିମ୍ବା କ୍ଷୀର ମିଶାଇ ପାରିବେ ।
- ଲହୁଣୀ ପରି ନରମ ହୋଇଗଲେ ଅଳେଇଚ ଗୁଣ୍ଡ, ଚାଉଳ ଚୁନା କିମ୍ବା ସୁଜି , କାଜୁ ,କିସମିସ ,ଆଲମଣ୍ଡ (ଚିମୁଟାଏ ଖାଇବା ସୋଡ଼ା ମିଶାଇ ପାରିବେ ) ଟିକେ ଗୋଳାଇ ଦିଅନ୍ତୁ ।
ପ୍ରସ୍ତୁତି ପ୍ରଣାଳୀ-
- ଗରମ ହୋଇଥିବା ପାତ୍ର ରେ ଛେନା ପୋଡ଼ ମିଶ୍ରଣ ଦେଇ ଟିକେ ହଲାଇ ଦିଅନ୍ତୁ ।
- ଓଭାନ ରେ ହାରାହାରି ୩୫- ୪୦ ମିନିଟ୍ ଯାଏ ରଖି ଦିଅନ୍ତୁ । ମନେ ରଖିବେ ସବୁ ଓଭାନ ର ରାନ୍ଧିବା ଟାଇମ୍ ସମାନ ନୁହଁ ତେଣୁ ମଝିରେ ମଝିରେ ଟିକେ କଞ୍ଚି କିମ୍ବା ଟୁଥ୍ ପିକ୍ ସାହାଯ୍ୟରେ ଚେକ୍ କରୁଥାନ୍ତୁ ।
- ଛେନା ପୋଡ଼ ସୁନେଲି ରଙ୍ଗ ହୋଇଗଲେ ଓଭାନ ବନ୍ଦ କରି ବାହାରକୁ ନେଇ ଆସନ୍ତୁ । ଛେନା ପୋଡ଼ ପୁରା ଥଣ୍ଡା ହେବା ପରେ ପରସନ୍ତୁ |