Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଚିକେନ୍ ପକୋଡା/Chicken Pakoda
    Chicken & Nonveg

    ଚିକେନ୍ ପକୋଡା/Chicken Pakoda

    Suchitra PBy Suchitra PDecember 26, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Chicken Pakoda
    Chicken Pakoda
    Share
    Facebook Twitter LinkedIn Pinterest Email
    Chicken Pakoda
    Chicken Pakoda

    ସାମଗ୍ରୀ :

    • ଚିକେନ୍ – ୫୦୦ ଗ୍ରାମ ( ବୋନ୍ ଲେସ )
    • ଲଙ୍କା ଗୁଣ୍ଡ – ୨ ଟେବୁଲ ଚାମଚ
    • ହଳଦୀ ଗୁଣ୍ଡ – ୧/୪ ଟେବୁଲ ଚାମଚ
    • ଅଦା-ରସୁଣ ବଟା – ୨ ଟେବୁଲ ଚାମଚ
    • ଗରମ ମସଲା – ୧/୨ ଟେବୁଲ ଚାମଚ
    • ଜିରା ଗୁଣ୍ଡ – ୧/୨ ଟେବୁଲ ଚାମଚ
    • ଗୋଲମରିଚ ଗୁଣ୍ଡ – ୧/୨ ଟେବୁଲ ଚାମଚ
    • ବେସନ – ୨ ଟେବୁଲ ଚାମଚ
    • କର୍ଣଫ୍ଲୋର – ୧ ଟେବୁଲ ଚାମଚ
    • ଅଣ୍ଡା – ୧ ଟି (ଧଳା ଅଂଶ)
    • ତେଲ – ଫ୍ରାଏ କରିବା ପାଇଁ
    • ଭ୍ରୁସଙ୍ଗ ପତ୍ର – ୪ -୬ ଟି
    • କଞ୍ଚା ଲଙ୍କା – ୪ ଟି (ମଝିରୁ କଟା )
    • ଖାଇବା ସୋଡ଼ା – ଚିମୁଟେ
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    • ପ୍ରଥମେ ଗୋଟେ ପାତ୍ର ରେ ଚିକେନ୍ କଟା ନିଅନ୍ତୁ ସେଥିରେ ଲୁଣ ,ଲଙ୍କା ଗୁଣ୍ଡ ,ହଳଦୀ ଗୁଣ୍ଡ ,ଅଦାରସୁଣ ବଟା ପକାଇ ଭଲକି ଗୋଳାନ୍ତୁ, ଏବେ ଗରମ ମସଲା, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ପକାଇ ଆଉଥରେ ଗୋଳାଇ ୨ ମିନିଟ ପାଇଁ ରଖି ଦିଅନ୍ତୁ ।
    • ଚିକେନ୍ ରେ ଖାଇବା ସୋଡ଼ା ବେସନ ଓ କର୍ଣଫ୍ଲୋର ଅଳ୍ପ ପାଣି ମିଶାଇ ଭଲ ଭାବେ ଗୋଳାନ୍ତୁ ଯେପରି ବିଣ୍ଡା ରହି ନ ଯାଏ ।
    • ଏବେ ଅଣ୍ଡା ର ଧଳା ଅଂଶ ପକାନ୍ତୁ ଓ ଆଉ ଥରେ ଗୋଳାନ୍ତୁ । ମିଶ୍ରଣ ଭଲକି ଗୋଳେଇ ହୋଇଗଲେ ୫ ମିନିଟ ଯାଏ ରଖି ଦିଅନ୍ତୁ ।
    • କଡେଇ ରେ ତେଲ ନେଇ (ମାଧ୍ୟମ ଆଞ୍ଚ ରେ) ଗରମ କରନ୍ତୁ ସେଥିରେ ଚିକେନ୍ ପିସ କୁ ଅଳ୍ପ ଅଳ୍ପ ପକାଇ ସୁନେଲି ରଙ୍ଗ ହେବ ଯାଏ ଅଧିକ ତେଲ ରେ ୧୦ -୧୨ ମିନିଟ ଫ୍ରାଏ କରନ୍ତୁ ।
    • ସୁନେଲି ରଙ୍ଗ ହୋଇଗଲେ ପ୍ଲେଟ କୁ ବାହାର କରି ଦିଅନ୍ତୁ ଓ ସେଇ ଗରମ ତେଲ ରେ କଞ୍ଚା ଲଙ୍କା , ଭ୍ରୁସଙ୍ଗ ପତ୍ର ପକାଇ ଟିକେ ଭାଜି ଦିଅନ୍ତୁ । ଏବେ ସର୍ଭିଙ୍ଗ ପ୍ଲେଟ କୁ ବାହାର କରି ଚିକେନ୍ ସହ କଞ୍ଚା ଲଙ୍କା, ଭ୍ରୁସଙ୍ଗ ପତ୍ର, ସସ୍ ଓ କଟା ପିଆଜ ରେ ସଜାଇ ପରସନ୍ତୁ ।
    Chicken Pakoda Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.