
ସାମଗ୍ରୀ :
- ଦୁଧଛେନା – ୩ କପ୍
- ମଇଦା – ଅଧା କପ୍
- ସିଝା କ୍ଷୀର – ୧ ଲିଟର
- ଅଜୋଳଇଚ ଦାନ – ୨ ଚାମଚ
- ଗୁଣ୍ଡ ଦୁଧ (Milk Powder) – ୧/୨ କପ୍
- ଚିନି – ୧ କପ୍
- ତେଲ – ଛାଣିବା ପାଇଁ
ପ୍ରଣାଳୀ :
ଛେନା, ମଇଦା, ଗୁଣ୍ଡ ଦୁଧକୁ ହାତରେ ଭଲକରି ଦଳିଦିଅନ୍ତୁ । ସବୁ ଜିନିଷ ଭଲକରି ମିଶିଗଲେ ହାତରେ ଛୋଟ ଛୋଟ ମୋଟା ପେଡ଼ା ସାଇଜରେ କରି ତେଲ ଗରମ କରି ଲାଲ୍ ହେବାଯାଏଁ ଛାଣି ରଖନ୍ତୁ । କ୍ଷୀରକୁ ଅଧା କରି ମାରି ଚିନି ପକାଇ ଭଲକରି ଫୁଟାଇ ଥଣ୍ଡା କରି ରଖନ୍ତୁ । ଏହି ଛଣା ଛେନା ପୁରିକୁ କ୍ଷୀରରେ ପକାଇ ଥଣ୍ଡା କରି ପରଶନ୍ତୁ ।