
ସାମଗ୍ରୀ :
- କ୍ଷୀର – ୧ ଲିଟର
- ଚିନି – ୧/୪ କପ୍
- ସାଫ୍ରନ୍ – ଚିମୁଟାଏ
- କାଜୁ – ୭ଟି
- ପିସ୍ତା ବାଦାମ – ୭ଟି
- ଅଳେଇଚ ଗୁଣ୍ଡ – ଚିମୁଟାଏ
- ରୋଜ ଏସେନ୍ସ – ୨ ଠୋପା
ପ୍ରଣାଳୀ-
- ଏକ ଓସାରିଆ ନନ୍-ଷ୍ଟିକ୍ ପ୍ୟାନ୍ ରେ କ୍ଷୀର ନିଅନ୍ତୁ ।
- କ୍ଷୀରକୁ ମଧ୍ୟମ ଆଞ୍ଚରେ ଫୁଟାନ୍ତୁ ।
- କ୍ଷୀର ଭଲଭାବରେ ଫୁଟିଗଲେ, ଏଖକୁ ଧିମା ଆଞ୍ଚରେ ଧୀରେ ଧୀରେ ଫୁଟାନ୍ତୁ ।
- ଏକ ଚାମଚ ରେ ଏହାକୁ ଘାଣ୍ଟି ଚାଲନ୍ତୁ ଯେମିତିକି କ୍ଷୀର ତଳି ନ ଲାଗେ ।
- କ୍ଷୀର ଫୁଟି ଅଧା ହୋଇଗଲେ ଚିନି ମିଶାଇ ୨ ରୁ ୩ ମିନିଟ୍ ଯାଏ ଫୁଟାନ୍ତୁ ।
- ଏହାପରେ ଅଳେଇଚ ଗୁଣ୍ଡ, ସାଫ୍ରନ୍ ଓ ପିସ୍ତା ବାଦାମ ପକାଇ ଫୁଟାନ୍ତୁ ।
- କ୍ଷୀର ଫୁଟି ୨୫୦ ମି.ଲି. ହୋଇଗଲେ ଆଞ୍ଚରୁ ଓହ୍ଲାଇ ଥଣ୍ଡା କରିନିଅନ୍ତୁ ।
- ଥଣ୍ଡା ହୋଇଗଲେ ୨ ଠୋପା ରୋଜ ଏସେନ୍ସ ପକାଇ ଭଲଭାବରେ ମିଶାଇ ଦିଅନ୍ତୁ ।
- ପରେ ଏହାକୁ ପାତ୍ରକୁ କାଢି କାଜୁ ସଜାଇ ପରସନ୍ତୁ ।