Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»ମୁଗ ଡାଲି ସୁପ୍/Mug Dal Soup
    Odia Curry Recipe

    ମୁଗ ଡାଲି ସୁପ୍/Mug Dal Soup

    Suchitra PBy Suchitra PDecember 14, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Mug Dal Soup
    Mug Dal Soup
    Share
    Facebook Twitter LinkedIn Pinterest Email
    Mug Dal Soup
    Mug Dal Soup

    ସାମଗ୍ରୀ :

    • କିଣା ଚୋପାଛଡ଼ା ବଡ଼ଦାନା ମୁଗ ଡାଲି—୧/୨ କପ୍ (ଘରୋଇ ମୁଗଡାଲି ବି ନେଇ ପାରିବେ )
    • ଲୁଣ—ସ୍ବାଦାନୁସାରେ
    • ହଳଦିଗୁଣ୍ଡ—୧/୩ ଚାମଚ
    • ଗୋଲମରିଚ ଗୁଣ୍ଡ—୧/୨ ଚାମଚ
    • ଗୋଟା ଧନିଆ-୧ ଚାମଚ (ଛୋଟ)
    • ରାଇସୋରିଷ—୧/୨ ଚାମଚ
    • ଲେମ୍ବୁରସ-୧ ବଡ଼ ଟେବୁଲ – ଚାମଚ
    • କଟା ଧଣିଆପତ୍ର-୧ ଚାମଚ କଟା
    • କଞ୍ଚାଲଙ୍କା -୧ ଚାମଚ
    • ଘିଅ ବା ବଟର -୧ ଚାମଚ (ବଡ଼)

    ପ୍ରଣାଳୀ-

    ଡାଲିକୁ ଧୋଇ ପାଣି କାଢ଼ି ରଖନ୍ତୁ । କୁକରରେ ଘିଅ ବା ବଟର ୧/୨ ଚାମଚ ଗରମ କରନ୍ତୁ । ଡାଲି ପକାଇ ହାଲକା ଭାଜି (୧. ମିନିଟ) ପାଣି ୨ କପ୍ ଦେଇଦିଅନ୍ତୁ । ଲୁଣ ଓ ହଳଦିଗୁଣ୍ଡ ପକାଇ ଆଞ୍ଚ ବଡ଼େଇ ଗୋଟିଏ ସିଟି ମାରି କାଢ଼ି ରଖନ୍ତୁ । କୁକର ଥଣ୍ଡା ହେଲେ କାଢ଼ନ୍ତୁ । କରେଇରେ ବଳକା ଘିଅ ଦେଇ ରାଇ, ଧଣିଆ ପକାଇ ଫୁଟାନ୍ତୁ । ପରେ କଞ୍ଚାଲଙ୍କା ପକାଇ ୨ ମିନିଟ୍ ଭାଜି ଡାଲି ମିଶାନ୍ତୁ । ଏଥର ଲେମ୍ବୁରସ ଓ କିଛି ଧନିଆପତ୍ର ମିଶାନ୍ତୁ । ୩-୫ ମିନିଟ୍ ଫୁଟିବାକୁ ଛାଡ଼ନ୍ତୁ । ପରେ ସର୍ଭିଙ୍ଗ ବାଉଲକୁ କାଢ଼ି ଗୋଲମରିଚ ଗୁଣ୍ଡ, ଧଣିଆପତ୍ର ଓ ବଟର ପକାଇ ଖାଇବାକୁ ଦିଅନ୍ତୁ ।

    Dal Recipe Mug Dal Soup Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.