
ସାମଗ୍ରୀ :
- ଚିଙ୍ଗୁଡ଼ି-୬ଟି
- ବଡ଼ ରସୁଣ କଟା-୨ ଟେବୁଲ ଚାମଚ
- ବଡ଼ ପିଆଜ-୧ଟି (ବଡ଼ ଫାଳ କଟା) ( ଚାରି ଫାଳ କରି କୋଲା ବାହାର କରନ୍ତୁ)
- ପାଣି-୫୦୦ ମିଲି
- ଟମାଟୋ କେଚପ-୩ ଟେବୁଲ ଚାମଚ
- ଚିଲି ସସ୍- ୨ ଟେବୁଲ ଚାମଚ
- ଲୁଣ-ସ୍ୱାଦ ଅନୁସାରେ
- କର୍ଣ୍ଣଫ୍ଲୋର୍ -୧ ଚାମଚ ବଡ଼ ବା ୨ ଟେବୁଲ-ଚାମଚ (ପାଣିରେ ମିଶା)
- ଅଣ୍ଡା -୧ ଟି ଫେଣ୍ଟା
- ଲଙ୍କା ବଟା—୧/୨ ଚାମଚ
- କଞ୍ଚା ଲାଲ ଲଙ୍କା—୪ଟା
- ମଝିରୁ ଚିରା ଲାଲ୍ ଲଙ୍କା- ୨ଟା
- ରିଫାଇନ୍ ତେଲ -ଭାଜିବା ପାଇଁ
ପ୍ରଣାଳୀ :
ଚିଙ୍ଗୁଡ଼ି ଧୋଇ ଚୋପା ଛଡ଼ାଇ କରେଇରେ ୨ ଟେବୁଲ-ଚାମଚ ତେଲ ଗରମ କରି ହାଲୁକା କରି ଭାଜି ରଖନ୍ତୁ । ପୁଣି ଥରେ କରେଇରେ ୨ ଚାମଚ ତେଲ ପକାନ୍ତୁ । ଗରମ ହୋଇଗଲେ ପିଆଜ ଓ ରସୁଣକଟା ପକାଇ ହାଲକା କରି ଭାଜି ଚିଙ୍ଗୁଡ଼ି ପକାନ୍ତୁ ଓ ୨ ମିନିଟ୍ ଗୋଳାନ୍ତୁ । ପ୍ରଥମେ ପାଣି ଓ ପରେ ଟମାଟୋ, କେଚପ୍ ଚିଙ୍ଗୁଡ଼ିରେ ପକାନ୍ତୁ । ଭଲକରି ଗୋଳାଇ ବାକି ସାମଗ୍ରୀତକ ମିଶାନ୍ତୁ । ୫ ମିନିଟ୍ ପରେ ଫେଣ୍ଟା ଅଣ୍ଡା ତା’ ଉପରେ ଢାଳି ଅଳ୍ପ ସମୟ ପରେ ଆଞ୍ଚରୁ କାଢ଼ିଆଣନ୍ତୁ ।