Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଅଣ୍ଡା ଭୁଜିଆ/Egg Bhujia
    Chicken & Nonveg

    ଅଣ୍ଡା ଭୁଜିଆ/Egg Bhujia

    Suchitra PBy Suchitra PDecember 7, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    egg-bhurji
    egg-bhurji
    Share
    Facebook Twitter LinkedIn Pinterest Email
    egg-bhurji
    egg-bhurji

    ସାମଗ୍ରୀ :

    • ଅଣ୍ଡା – ୪ ରୁ ୫ଟି
    • କଞ୍ଚା ଲଙ୍କା କଟା – ୧ ଚାମଚ
    • ବିଲାତି କଟା – ୧ଟି
    • ପିଆଜ କଟା – ୧ଟି
    • ଅଦା କଟା – ୧ ଇଞ୍ଚ
    • ଗରମ ମସଲା – ୧ ଚା’-ଚାମଚ
    • ଲଙ୍କା ଗୁଣ୍ଡ – ୧ ଚା’-ଚାମଚ
    • ଧନିଆ ପତ୍ର କଟା – ୧ ଚାମଚ
    • ଲୁଣ – ସ୍ବାଦାନୁସାରେ
    • ଗୋଲମରିଚ ଗୁଣ୍ଡ – ୧/୨ଚାମଚ
    • ତେଲ – ୫ ଚାମଚ
    • ହଳଦୀ – ୧/୨ ଚା’-ଚାମଚ

    ପ୍ରଣାଳୀ-

    ପ୍ରଥମେ ଅଣ୍ଡା ଫଟାଇ ଏକ ପାତ୍ରରେ ଲୁଣ, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ହଳଦୀ ମିଶାଇ ଭଲକରି ୨ ରୁ ୩ ମିନିଟ୍ ଯାଏ ଫେଣ୍ଟି ରଖନ୍ତୁ । ପ୍ୟାନ ରେ ତେଲ ଗରମ କରି ପିଆଜ ପକାଇ କିଛି ସମୟ ପାଇଁ ହାଲ୍କା ଭାଜନ୍ତୁ । ପରେ କଟା ଅଦା ପକାଇ ଗନ୍ଧ ଯିବା ଯାଏ ଭାଜନ୍ତୁ । ପିଆଜ ସୁନେଲି ରଙ୍ଗ ହୋଇ ଆସିଲେ ଟମାଟୋ ଦେଇ ଭଲ କରି ଭାଜନ୍ତୁ । ଟମାଟୋ ନରମ ହୋଇ ଆସିଲେ ଅଣ୍ଡା ଫେଣ୍ଟା ପକାନ୍ତୁ । ଏବେ କଟା କଞ୍ଚା ଲଙ୍କା ଓ କଟା ଧନିଆ ପତ୍ର ପକାଇ ଭଲ ଭାବରେ ଭାଜନ୍ତୁ । ଅଣ୍ଡା ବାଦାମୀ ରଙ୍ଗ ହୋଇ ଆସିଲେ, ଏବେ ଏହାକୁ କାଢ଼ି ରୁଟି, ଭାତ ବା ପରଟା ସହ ପରଶନ୍ତୁ ।

    Egg Bhujia Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.