Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଦମ୍ ମଟନ୍ କରୀ/Dum Motton Curry
    Chicken & Nonveg

    ଦମ୍ ମଟନ୍ କରୀ/Dum Motton Curry

    Suchitra PBy Suchitra PDecember 4, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Dum-Mutton-Curry
    Dum-Mutton-Curry
    Share
    Facebook Twitter LinkedIn Pinterest Email
    Dum-Mutton-Curry
    Dum-Mutton-Curry

    ସାମଗ୍ରୀ :

    • ମଟନ୍ – ୫୦୦ ଗ୍ରାମ୍
    • ଲଙ୍କା – ୪ଟି
    • ଅଦା – ୧ ଇଞ୍ଚ
    • ଦହି – ୨୫୦ ଗ୍ରାମ୍
    • କାଜୁ ବଟା – ୩ ଚାମଚ
    • ପିସ୍ତାବାଦାମ ବଟା – ୩ ଟେବୁଲ-ଚାମଚ
    • ଘିଅ – ୩ ଟେବୁଲ -ଚାମଚ
    • ଜିରା – ୧ ଚାମଚ
    • ଅଳେଇଚ – ୪ଟି
    • ଲବଙ୍ଗ – ୪ଟି
    • ପିଆଜ ବଟା – ୩ ଟେବୁଲ୍-ଚାମଚ
    • ରସୁଣ ବଟା – ୧ ଚେବୁଲ୍-ଚାମଚ
    • ପୋଦିନା ପତ୍ର – ୧୦ ଟି
    • ସାଫରନ୍ – ୧ ଚିମୁଟା

    ପ୍ରଣାଳୀ-

    ମାଂସକୁ ୧-୧.୫ ଇଞ୍ଚ ଖଣ୍ଡରେ କାଟି ରଖନ୍ତୁ । ଲଙ୍କା ଓ ଅଦାକୁ କାଟି ରଖନ୍ତୁ । ଦହି ଫେଣ୍ଟି, ପିସ୍ତା ଓ କାଜୁ ବଟାରେ ମିଶାନ୍ତୁ । କରେଇରେ ତେଲ ଗରମ କରନ୍ତୁ ଓ ଜିରା, ଲବଙ୍ଗ, ଅଳେଇଚ ପକାନ୍ତୁ । ଫୁଟିଲେ ବଟା ପିଆଜ ପକାଇ ୩-୪ ମିନିଟ ଭାଜନ୍ତୁ । କଞ୍ଚାଲଙ୍କା, ଅଦା ଓ ରସୁଣ ବଟା ପକାଇ ଆଉ ୬ ମିନିଟ୍ ଭାଜନ୍ତୁ । ତା’ପରେ ମାଂସ ପକାଇ ଗୋଳାନ୍ତୁ । ମାଂସରୁ ପାଣି ବାହାରିଲେ ଦହି ଓ ପୋଦିନା ପକାଇ ଗୋଳାଇ ୧୫ ମିନିଟ୍ ମଧ୍ୟମ ଆଞ୍ଚରେ ଘୋଡ଼ାଇ ବସାନ୍ତୁ । କ୍ଷୀରରେ ସାଫ୍ରନ୍ ମିଶାଇ ମାଂସରେ ଦିଅନ୍ତୁ । ଘୋଡ଼ଣୀ ଲଗାଇ ଚାରିପଟୁ ଅଟାରେ ବନ୍ଦ କରିଦିଅନ୍ତୁ । ୨୦-୩୦ ମିନିଟ୍ କମ୍ ଆଞ୍ଚରେ ବସାନ୍ତୁ । ତା’ପରେ ଘୋଡ଼ଣୀ ଖୋଲି ଗୋଲମରିଚ ଗୁଣ୍ଡ, ଲୁଣ ଓ ଲେମ୍ବୁରସ ମିଶାଇ ସର୍ଭିଙ୍ଗ ଡିସ୍‌କୁ କାଢ଼ନ୍ତୁ ।

    Motton Curry Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.