Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ମାଛ ଝୋଳ/Fish Curry
    Chicken & Nonveg

    ମାଛ ଝୋଳ/Fish Curry

    Suchitra PBy Suchitra PDecember 1, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    macha-besara-recipe-
    macha-besara-recipe-
    Share
    Facebook Twitter LinkedIn Pinterest Email
    macha-besara-recipe-
    macha-besara-recipe

    ସାମଗ୍ରୀ :

    • ରୋହି ବା ଇଲିସି ମାଛର ବଡ଼ ପିସ୍ – ୪ଟି
    • ପିଆଜ ବଟା – ୧ ଚାମଚ
    • ଅଦା ବଟା – ୧/୨ ଚାମଚ
    • ରସୁଣ ବଟା – ୧/୨ ଚାମଚ
    • ଗୋଟା ଗରମ ମସଲା – (ଲବଙ୍ଗ-୩ଟି, ଡାଲଚିନି- ୧/୨ ଇଞ୍ଚ, ଅଳେଇଚ-୩ଟି, ତେଜପତ୍ର ଓ ଲଙ୍କା)
    • ତେଜପତ୍ର – ୨ଟି
    • ସୋରିଷ – ୧ ଚାମଚ (ଗୁଣ୍ଡ)
    • ଜିରା – ୧/୨ ଚାମଚ
    • ଧନିଆ ଗୁଣ୍ଡ – ୧ ଚାମଚ
    • କରୀ ମସଲା – ୧ ଚାମଚ
    • ଚିନି – ୧/୨ ଚାମଚ
    • ଦହି – ୧ ଟେବୁଲ୍-ଚାମଚ କିମ୍ବା
    • ଟମାଟୋ ପ୍ୟୁରୀ – ୨ ଟେବୁଲ-ଚାମଚ
    • ଆଳୁ – ୧ଟି (ଚାରିଫାଳ କଟା/ଭଜା)
    • ସୋରିଷ ତେଲ – ୧ ଟେବୁଲ-ଚାମଚ
    • ଲୁଣ – ସ୍ୱାଦ ଅନୁସାରେ
    • ଧନିଆ ପତ୍ର – ସଜାଇବା ପାଇଁ

    ପ୍ରଣାଳୀ-

    • ମାଛ ଧୋଇ ହଳଦି-ଲୁଣ ଗୋଳାଇ ତେଲରେ ହାଲକା ଭାଜି ରଖନ୍ତୁ ।
    • ପ୍ୟାନରେ ତେଲ ଗରମ କରି ଚିନି ପକାଇ ମିଶାନ୍ତୁ । ଗୋଟା ଗରମ ମସଲା, ତେଜପତ୍ର ଓ ଲଙ୍କା ପକାନ୍ତୁ । ୧ ମିନିଟ୍ ପରେ ପିଆଜ ବଟା ପକାଇ ୩ ମିନିଟ ଭାଜି ତା’ପରେ ଅଦା-ରସୁଣ ବଟା ପକାଇ ଆଉ ୩ ମିନିଟ୍ କଷନ୍ତୁ ।
    • ପାଣି ମରି ବାସ୍ନା ଆସିଲେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, କରୀ ମସଲା ପକାଇ ଅଳ୍ପ ପାଣିରେ ଭଜା ଆଳୁ ପକାଇ ଘୋଡ଼ାଇଦିଅନ୍ତୁ ।
    • ୭-୮ ମିନିଟ ପରେ ଆଳୁ ସିଝି ଆସିଲେ ସୋରିଷ ଗୁଣ୍ଡ, ଦହି ବା ଟମାଟୋ ପ୍ୟୁରୀ ପକାଇ ଗୋଳାନ୍ତୁ ।
    • ଏହା ମିଶିଗଲେ ମାଛ ପକାଇ ଲୁଣ ଦେଇ ଆବଶ୍ୟକ ପାଣି ଦେଇ ଘୋଡ଼ାଇ ମଧ୍ୟମ ଆଞ୍ଚରେ ବସାନ୍ତୁ ।
    • ଝୋଳ ବହଳିଆ ହୋଇଗଲେ  ଧନିଆ ପତ୍ର ପକାଇ ଗରମ ଗରମ ପରସନ୍ତୁ ।
    Fish Curry Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.