Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଅଣ୍ଡା କୋରମା/Egg korma
    Chicken & Nonveg

    ଅଣ୍ଡା କୋରମା/Egg korma

    Suchitra PBy Suchitra PNovember 28, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    egg_kurma
    egg_kurma
    Share
    Facebook Twitter LinkedIn Pinterest Email
    egg_kurma
    egg_kurma

    ସାମଗ୍ରୀ :

    • ସିଝା ଅଣ୍ଡା – ୪ ଟି
    • ତେଲ – ୧+୨ ଟେବୁଲ ଚାମଚ
    • କଟା ପିଆଜ – ୧ କପ
    • କଟା ବିଲାତି – ୧ କପ
    • କଞ୍ଚା ଲଙ୍କା – ୩ ଟି
    • ନଡ଼ିଆ ପେଷ୍ଟ – ୨ ଟେବୁଲ ଚାମଚ
    • ବାଦାମ(Almond) ପେଷ୍ଟ – ୧ ଚା’ଚାମଚ
    • କାଜୁ ପେଷ୍ଟ – ୧ ଚା’ଚାମଚ
    • ଲାଲ ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ
    • ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ
    • ଅଦା-ରସୁଣ ପେଷ୍ଟ – ୧ ଚା’ଚାମଚ
    • ଭଜା ଧନିଆ ଗୁଣ୍ଡ – ୧ ଚା’ ଚାମଚ
    • ଗୋଲ ମରିଚ ଗୁଣ୍ଡ – ୧/୨ ଚା’ଚାମଚ
    • ଗରମ ମସଲା – ୧/୨ ଚା’ ଚାମଚ
    • କଟା ଧନିଆ ପତ୍ର – ୨ ଟେବୁଲ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    • ପ୍ୟାନରେ ତେଲକୁ ଗରମ କରି ଅଣ୍ଡା କୁ ଭାଜି କାଢି ରଖନ୍ତୁ ।
    • ପ୍ୟାନରେ ତେଲ ଗରମ କଞ୍ଚା ଲଙ୍କା କୁ ଭାଜନ୍ତୁ ।
    • ଏବେ ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ ।
    • ଅଦା ରସୁଣ ପେଷ୍ଟ ପକାଇ ୧ ମିନିଟ ପାଇଁ ଭାଜନ୍ତୁ ।
    • ପରେ କଟା ବିଲାତି ପକାଇ ନରମ ହେବ ଯାଏ ରାନ୍ଧନ୍ତୁ ।
    • ବିଲାତି ନରମ ହେଲେ ହଳଦୀ, ଲଙ୍କା ଗୁଣ୍ଡ ଓ ଲୁଣ ପକାନ୍ତୁ । ଏହାକୁ ୫ ମିନିଟ ରାନ୍ଧନ୍ତୁ ।
    • ପରେ କାଜୁ, ନଡ଼ିଆ ଓ ବାଦାମ ପେଷ୍ଟ ପକାଇ ଭଲଭାବରେ ମିଶାନ୍ତୁ । ଏହାକୁ ହାରାହାରି ୫ ମିନିଟ ପାଇଁ କଶନ୍ତୁ ଯେତେ ଯାଏ ତେଲ ମସଲା ଉପରେ ନଦେଖାଯାଇଛି ।
    • ଏବେ ଏଥିରେ ୧ରୁ ୨ କପ ପାଣି, ଗରମ ମସଲା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ ଓ କିଛି କଟା ଧନିଆ ପତ୍ର ଦେଇ ୫-୬ ମିନିଟ କସନ୍ତୁ ।
    • ତାପରେ ଅଣ୍ଡା କୁ ଏଥିରେ ପକାଇ ଧିମା ଆଞ୍ଚରେ ୧୦ରୁ ୧୫ ମିନିଟ ପାଇଁ ଢାଙ୍କି ଦିଅନ୍ତୁ ।
    • ହୋଇଗଲେ ଧନିଆ ପତ୍ର ସଜାଇ ପରସନ୍ତୁ ।
    Egg Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.