Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଚିକେନ୍ ମଞ୍ଚୁରିୟନ୍ / Chicken Manchurian
    Chicken & Nonveg

    ଚିକେନ୍ ମଞ୍ଚୁରିୟନ୍ / Chicken Manchurian

    Suchitra PBy Suchitra PNovember 24, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Chicken-manchurian
    Chicken-manchurian
    Share
    Facebook Twitter LinkedIn Pinterest Email
    Chicken-manchurian
    Chicken-manchurian

    ସାମଗ୍ରୀ :

    • ଚିକେନ୍ – ୫୦୦ ଗ୍ରାମ୍
    • ଲୁଣ – ସ୍ବାଦାନୁସାରେ
    • ହଳଦି – ଅଳ୍ପ
    • କର୍ଣଫ୍ଲୋର – ୪ ଟେବୁଲ-ଚାମଚ
    • ରିଫାଇନ୍ ତେଲ – ଛାଣିବା ପାଇଁ
    • ପିଆଜ – ୪ଟି (ସରୁ କଟା)
    • ଚୂନାକଟା ରସୁଣ – ୩ ଛୋଟ ଚାମଚ
    • ଚୂନାକଟା କଞ୍ଚାଲଙ୍କା -୨ ଛୋଟ ଚାମଚ
    • ସରୁ କଟା ଅଦା – ୩ ଛୋଟ ଚାମଚ
    • କ୍ୟାପ୍ସିକମ୍ – ୨ଟି (ସରୁ ଲମ୍ବା କଟା)
    • ଟମାଟୋ – ସରୁ ଲମ୍ବା କଟା
    • ଗୋଲମରିଚ ଗୁଣ୍ଡ – ୧ ଛୋଟ ଚାମଚ
    • ଆଜିନୋ ମୋତୋ – ୧/୨ ଛୋଟ ଚାମଚ
    • ଅଦା-ରସୁଣ ବଟା – ୧ ଟେବୁଲ ଚାମଚ
    • ଚିଲି ସସ୍ – ୧ ଟେବୁଲ ଚାମଚ
    • ସୋୟା ସସ୍ – ୧ ଟେବୁଲ ଚାମଚ
    • ଟମାଟୋ ସସ୍ – ୧ ଟେବୁଲ ଚାମଚ

    ପ୍ରଣାଳୀ-

    ଚିକେନ ପିସ୍ ଗୁଡ଼ିକୁ ପରିଷ୍କାର କରି ଧୋଇ ଲୁଣ, ହଳଦି, ଅଦା-ରସୁଣ ବଟା ଓ ୩ ଟେବୁଲ୍ ଚାମଚ କର୍ଣଫ୍ଲୋର ଗୋଳାଇ ଭଲକରି ୩୦ ମିନଟ୍ ରଖନ୍ତୁ । ନନ୍-ଷ୍ଟିକ୍ ରେ ତେଲ ଟିକେ ବେଶି ଗରମ କରି କଡ଼ା କରି ଭାଜି ରଖନ୍ତୁ । ତେଲରେ ଅଦା, ରସୁଣ, ଲଙ୍କାକଟା ପକାଇ ଭାଜନ୍ତୁ । ଅଳ୍ପ ଭାଜି ହୋଇ ଆସିଲେ ପିଆଜ ପକାଇ ବାଦାମୀ ରଙ୍ଗ ହେବାଯାଏଁ ଭାଜନ୍ତୁ । ଏଥର କ୍ୟାପ୍ସିକମ୍, ଟମାଟୋ ଓ ଆଜିନୋ ମୋତୋ ପକାଇ ନରମ କରି ଭାଜନ୍ତୁ । ଭଜା ହୋଇ ରହିଥିବା ଚିକେନ୍ ମିଶାନ୍ତୁ । ସମସ୍ତ ପ୍ରକାର ସସ୍ ପକାଇ ଗୋଳାନ୍ତୁ । ବଳକା ୧ ଚାମଚ କର୍ଣଫ୍ଲୋରକୁ ପାଣିରେ ଗୋଳାଇ ଏଥିରେ ଢାଳନ୍ତୁ । ଆଞ୍ଚ କମାଇ ଘୋଡ଼ାଇଦିଅନ୍ତୁ । ୧୦ ମିନିଟ୍ ପରେ ଗୋଲମରିଚ ଗୁଣ୍ଡ ପକାଇ ଗରମାଗରମ ପରଶନ୍ତୁ ।

    Chicken Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.