Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»କାଜୁ ଛତୁ ତରକାରୀ/Cashew mushrooms Curry
    Odia Curry Recipe

    କାଜୁ ଛତୁ ତରକାରୀ/Cashew mushrooms Curry

    Suchitra PBy Suchitra PNovember 22, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Cashew mushrooms Curry
    Cashew mushrooms Curry
    Share
    Facebook Twitter LinkedIn Pinterest Email
    Cashew mushrooms Curry
    Cashew mushrooms Curry

    ସାମଗ୍ରୀ :

    • ସଜ ଛତୁ- ୬୦୦ ଗ୍ରାମ୍ (ପାଳଛତୁ, ଦରଫୁଟା)
    • ପିଆଜ- ୧୫୦ ଗ୍ରାମ୍
    • ବିଲାତି-୨୫୦ ଗ୍ରାମ୍
    • ଘିଅ-୭୫ ଗ୍ରାମ୍
    • ପିଆଜ ମଞ୍ଜି -୧ ଚାମଚ (ବଜାରରେ ମିଳେ)
    • ଜିରା-୧ ଚାମଚ
    • ଅଦା ବଟା-୨ ଟେବୁଲ୍-ଚାମଚ
    • ରସୁଣ ବଟା-୨ ଟେବୁଲ୍-ଚାମଚ
    • ଲଙ୍କାଗୁଣ୍ଡ-୧ ଚାମଚ
    • ହଳଦି –୧/୨ ଚାମଚ 
    • ଧଣିଆ ଗୁଣ୍ଡ-୧ ଚାମଚ
    • ଦହି- ୧୫୦ ଗ୍ରାମ୍
    • ଲୁଣ-ସ୍ବାଦାନୁସାରେ
    • କାଜୁ-୫୦ ଗ୍ରାମ୍
    • ଧଣିଆ ପତ୍ର- ଆବଶ୍ୟକ ମୁତାବକ

    ପ୍ରଣାଳୀ-

    ଛତୁକୁ ବାଛି ସଫା କରି ହଳଦିପାଣିରେ ବୁଢ଼ାଇ କିଛି ସମୟ ରଖି ପୁଣି ପାଣି ନିଗାଡ଼ି ରଖନ୍ତୁ । ପିଆଜ ଓ ବିଲାତିକୁ ଛୋଟ ଛୋଟ କରି କାଟନ୍ତୁ । କରେଇରେ ଘିଅ ଗରମ କରି ପିଆଜ ପକାଇ ଭାଜନ୍ତୁ । ଲାଲ ହୋଇଗଲେ । ସେଥିରେ ଜିରା ଓ ପିଆଜ ମଞ୍ଜି ପକାଇ ଫୁଟାନ୍ତୁ । ପରେ ଅଦା-ରସୁଣ ବଟା, ଲଙ୍କାଗୁଣ୍ଡ, ହଳଦି, ଧଣିଆଗୁଣ୍ଡ ଏବଂ ୪ ଟେବୁଲ ଚାମଚ ପାଣି ପକାଇ ୩୦ ସେକେଣ୍ଡ୍ ଗୋଳାଇ ବିଲାତି ପକାନ୍ତୁ ଓ ତେଲ ଛାଡ଼ିବା ଯାଏଁ ରାନ୍ଧନ୍ତୁ । ପ୍ୟାନକୁ ଆଞ୍ଚରୁ କାଢ଼ି ଦହି ଓ ଲୁଣ ପକାନ୍ତୁ । ଭଲକରି ଗୋଳାଇ ପୁଣି ଗ୍ୟାସରେ ବସାନ୍ତୁ ଏବଂ ୪୦୦ ମିଲି ପାଣି ଦେଇ ଫୁଟିବାକୁ ଛାଡ଼ନ୍ତୁ । ତେଲ ଛାଡ଼ିଲେ ଓ ମସଲା ଭଲକରି ମିଶିଗଲେ ଛତୁ, କାଜୁ ଓ ଧଣିଆପତ୍ର ପକାଇ ୫ ମିନିଟ୍ କମ୍ ଆଞ୍ଚରେ ଘୋଡ଼ାଇ ବସାନ୍ତୁ । ହୋଇଗଲେ କାଢ଼ି ପରସନ୍ତୁ ।

    Mushroom Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.