Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଚୁନା ମାଛ ତରକାରୀ
    Chicken & Nonveg

    ଚୁନା ମାଛ ତରକାରୀ

    Suchitra PBy Suchitra PNovember 21, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Small Fish Curry
    Small Fish Curry
    Share
    Facebook Twitter LinkedIn Pinterest Email
    Small Fish Curry
    Small Fish Curry

    ସାମଗ୍ରୀ :

    • ଚୁନା ମାଛ – ୩୦୦ ଗ୍ରାମ
    • ସୋରିଷ – ୩ ଟେବୁଲ ଚାମଚ (୩୦ ମିନିଟ ଆଗରୁ ଭିଯାନ୍ତୁ)
    • ଜିରା – ୧ ଟେବୁଲ ଚାମଚ
    • ରସୁଣ – ୧୦ କୋଲା
    • ହଳଦୀ ଗୁଣ୍ଡ – ୨ ଟେବୁଲ ଚାମଚ
    • ଟମାଟୋ – ୨ ଟି (କଟା)
    • ଶୁଖିଲା ଲଙ୍କା – ୨ ଟି
    • ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ
    • ସୋରିଷ – ୧/୨ ଟେବୁଲ ଚାମଚ
    • ସୋରିଷ ତେଲ – ୨ ଟେବୁଲ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    • ପ୍ରଥମେ ଚୁନା ମାଛ କୁ ଭଲ କରି ବାଛନ୍ତୁ (ପିତ୍ତ , ଲାଞ୍ଜ ବାହାର କରି ଦିଅନ୍ତୁ) । ବାଛି ସାରିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ । ଏବେ ମାଛରେ ୧/୨ ଟେବୁଲ ଚାମଚ ହଳଦୀ ଗୁଣ୍ଡ, ୧/୨ ଚାମଚ ସୋରିଷ ତେଲ ଓ ଅଳ୍ପ ଲୁଣ ଦେଇ ମାରିନେଟ କରି ୫ ମିନିଟ ରଖି ଦିଅନ୍ତୁ ।
    • ଗ୍ୟାସ ରେ କଡେଇ ବସାଇ ୧ ଟେବୁଲ ଚାମଚ ସୋରିଷ ତେଲ ନିଅନ୍ତୁ ଓ ଗରମ କରନ୍ତୁ ଓ ସେଥିରେ ମାରିନେଟ ହୋଇଥିବା ମାଛ ପକାଇ ଭାଜନ୍ତୁ । କଡ଼ କଡୀଆ ହୋଇ ଭାଜି ହୋଇଗଲେ ବାହାର କରି ରଖି ଦିଅନ୍ତୁ ।
    • ଏବେ ଭିଜା ହୋଇ ଥିବା ସୋରିଷ, ଜିରା, ଶୁଖିଲା ଲଙ୍କା ଓ ରସୁଣ ନେଇ ବାଟି ରଖନ୍ତୁ ।
    • କଡେଇରେ ୧ ଟେବୁଲ ଚାମଚ ସୋରିଷ ତେଲ ନେଇ ଗରମ କରନ୍ତୁ । ତେଲ ଟିକେ ଗରମ ହୋଇଗଲେ ସୋରିଷ ପକାଇ ଫୁଟାନ୍ତୁ ।
    • ସୋରିଷ ଫୁଟିଲେ କଟା ହୋଇଥିବା ଟମାଟୋ ପକାଇ ଟିକେ କସନ୍ତୁ । ଟମାଟୋ ନରମ ହୋଇ ମିଶିବାକୁ ଲାଗିଲେ ସୋରିଷ ବଟା ପକାଇ ଟିକେ ପାଣି ଦେଇ ଭଲଭାବେ କସନ୍ତୁ ।
    • ସୋରିଷ ବଟା ତେଲ ସହ ଭଲକି ମିଶି ଗଲେ ୪ ଟେବୁଲ ଚାମଚ ପାଣି ଦେଇ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ ପାଣି ଫୁଟିଲା ଯାଏ ଅପେକ୍ଷା କରନ୍ତୁ ।
    • ଏବେ ଭଜା ହୋଇଥିବା ମାଛ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ୭ -୯ ମିନିଟ ଯାଏ ଗ୍ୟାସ ରେ ବସାନ୍ତୁ ।
    • ପାଣି ମରି ମାଛ ତରକାରୀ ବହଳିଆ ହୋଇଗଲେ ପ୍ଲେଟ କୁ ବାହାର କରି ପରସନ୍ତୁ ଓ ବର୍ଷ୍ ଦିନ ର ମଜା ନିଅନ୍ତୁ ।
    Fish Curry Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.