
ସାମଗ୍ରୀ :
- ଚୁନା ମାଛ – ୩୦୦ ଗ୍ରାମ
- ସୋରିଷ – ୩ ଟେବୁଲ ଚାମଚ (୩୦ ମିନିଟ ଆଗରୁ ଭିଯାନ୍ତୁ)
- ଜିରା – ୧ ଟେବୁଲ ଚାମଚ
- ରସୁଣ – ୧୦ କୋଲା
- ହଳଦୀ ଗୁଣ୍ଡ – ୨ ଟେବୁଲ ଚାମଚ
- ଟମାଟୋ – ୨ ଟି (କଟା)
- ଶୁଖିଲା ଲଙ୍କା – ୨ ଟି
- ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ
- ସୋରିଷ – ୧/୨ ଟେବୁଲ ଚାମଚ
- ସୋରିଷ ତେଲ – ୨ ଟେବୁଲ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
- ପ୍ରଥମେ ଚୁନା ମାଛ କୁ ଭଲ କରି ବାଛନ୍ତୁ (ପିତ୍ତ , ଲାଞ୍ଜ ବାହାର କରି ଦିଅନ୍ତୁ) । ବାଛି ସାରିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ । ଏବେ ମାଛରେ ୧/୨ ଟେବୁଲ ଚାମଚ ହଳଦୀ ଗୁଣ୍ଡ, ୧/୨ ଚାମଚ ସୋରିଷ ତେଲ ଓ ଅଳ୍ପ ଲୁଣ ଦେଇ ମାରିନେଟ କରି ୫ ମିନିଟ ରଖି ଦିଅନ୍ତୁ ।
- ଗ୍ୟାସ ରେ କଡେଇ ବସାଇ ୧ ଟେବୁଲ ଚାମଚ ସୋରିଷ ତେଲ ନିଅନ୍ତୁ ଓ ଗରମ କରନ୍ତୁ ଓ ସେଥିରେ ମାରିନେଟ ହୋଇଥିବା ମାଛ ପକାଇ ଭାଜନ୍ତୁ । କଡ଼ କଡୀଆ ହୋଇ ଭାଜି ହୋଇଗଲେ ବାହାର କରି ରଖି ଦିଅନ୍ତୁ ।
- ଏବେ ଭିଜା ହୋଇ ଥିବା ସୋରିଷ, ଜିରା, ଶୁଖିଲା ଲଙ୍କା ଓ ରସୁଣ ନେଇ ବାଟି ରଖନ୍ତୁ ।
- କଡେଇରେ ୧ ଟେବୁଲ ଚାମଚ ସୋରିଷ ତେଲ ନେଇ ଗରମ କରନ୍ତୁ । ତେଲ ଟିକେ ଗରମ ହୋଇଗଲେ ସୋରିଷ ପକାଇ ଫୁଟାନ୍ତୁ ।
- ସୋରିଷ ଫୁଟିଲେ କଟା ହୋଇଥିବା ଟମାଟୋ ପକାଇ ଟିକେ କସନ୍ତୁ । ଟମାଟୋ ନରମ ହୋଇ ମିଶିବାକୁ ଲାଗିଲେ ସୋରିଷ ବଟା ପକାଇ ଟିକେ ପାଣି ଦେଇ ଭଲଭାବେ କସନ୍ତୁ ।
- ସୋରିଷ ବଟା ତେଲ ସହ ଭଲକି ମିଶି ଗଲେ ୪ ଟେବୁଲ ଚାମଚ ପାଣି ଦେଇ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ ପାଣି ଫୁଟିଲା ଯାଏ ଅପେକ୍ଷା କରନ୍ତୁ ।
- ଏବେ ଭଜା ହୋଇଥିବା ମାଛ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ୭ -୯ ମିନିଟ ଯାଏ ଗ୍ୟାସ ରେ ବସାନ୍ତୁ ।
- ପାଣି ମରି ମାଛ ତରକାରୀ ବହଳିଆ ହୋଇଗଲେ ପ୍ଲେଟ କୁ ବାହାର କରି ପରସନ୍ତୁ ଓ ବର୍ଷ୍ ଦିନ ର ମଜା ନିଅନ୍ତୁ ।