Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ଅଣ୍ଡା ବିରିୟାନୀ / Egg Biriyani
    Chicken & Nonveg

    ଅଣ୍ଡା ବିରିୟାନୀ / Egg Biriyani

    Suchitra PBy Suchitra PNovember 11, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Egg-Biryani
    Egg-Biryani
    Share
    Facebook Twitter LinkedIn Pinterest Email
    Egg-Biryani
    Egg-Biryani

    ସାମଗ୍ରୀ:

    • ବାସୁମତି ଚାଉଳ – ୨ କପ
    • ତେଲ କିମ୍ବା ଘିଅ – ୧ ଚାମଚ
    • ତେଜ ପତ୍ର – ୧ଟି
    • କଳା ଜିରା – ୧/୨ ଚା’-ଚାମଚ
    • ଅଳେଇଚ – ୨ଟି
    • ଲୁଣ – ଆବଶ୍ୟକ ଅନୁଯାଇ
    • ସିଝା ଅଣ୍ଡା – ୫ଟି
    • ତେଲ – ୨ ଚାମଚ
    • ବିରିୟାନୀ ଫୁଲ – ୧ଟି
    • ଡାଲଚିନି – ୧ ଖଣ୍ଡ
    • ତେଜ ପତ୍ର – ୧ଟି
    • ଲବଙ୍ଗ – ୨ଟି
    • କଟା ପିଆଜ – ୧ କପ
    • କଟା ବିଲାତି – ୧ କପ
    • ଅଦା-ରସୁଣ ପେଷ୍ଟ – ୧ ଟେବୁଲ ଚାମଚ
    • କଟା କଞ୍ଚା ଲଙ୍କା – ୧ଟି
    • ଲଙ୍କା ଗୁଣ୍ଡ – ୧ ଚାମଚ
    • ହଳଦୀ ଗୁଣ୍ଡ – ୧/୨ ଚାମଚ
    • ନଡ଼ିଆ କ୍ଷୀର – ୧/୧ କପ
    • କଟା ଧନିଆ ପତ୍ର – ୧ ଚାମଚ
    • ଘିଅ – ୧ ଟେବୁଲ ଚାମଚ
    • ପାନ ମହୁରୀ – ୩/୪ ଚା’-ଚାମଚ
    • ଡାଲଚିନି – ୧ ଖଣ୍ଡ
    • ଲବଙ୍ଗ – ୪ଟି
    • ଗୋଲମରିଚ – ୧/୨ ଚା’-ଚାମଚ
    • ଅଳେଇଚ – ୪ଟି
    • ଜାୟତ୍ରୀ ଫଳର ଗୁଣ୍ଡ – ଚିମୁଟାଏ
    • ଧନିଆ – ୧ ଟେବୁଲ-ଚାମଚ
    • ଜିରା – ୧/୨ ଚା’-ଚାମଚ

    ପ୍ରଣାଳୀ-

    ବାସୁମତି ଚାଉଳକୁ ଭଲ ଭାବରେ ଧୋଇ ପାଣିରେ ଅଧ ଘଣ୍ଟାଏ ଯାଏଁ ଭିଯାଇ ଛାଣି ରଖନ୍ତୁ । ଗୋଟିଏ ବଡ ପାତ୍ରରେ ୬ ରୁ ୮ କପ ପାଣି ଗରମ କରି ସେଥିରେ ତେଜପତ୍ର, ଗୁଜୁରାତି, ତେଲ ଓ ଲୁଣ ପକାନ୍ତୁ । ପାଣି ଫୁଟିବା ପରେ ସେଥିରେ ଭିଜା ଯାଇଥିବା ଚାଉଳ ପକାନ୍ତୁ । ୮ ରୁ ୧୦ ମିନିଟ ଯାଏଁ ରାନ୍ଧନ୍ତୁ । ଏବେ ଛଣା ସାହାଯ୍ୟରେ ଭାତକୁ ଛାଣି ରଖନ୍ତୁ ।

    ପ୍ରଥମେ ଗରମ ମସଲା ପାଇଁ ସବୁ ମସଲାକୁ ଭଲ ଭାବରେ ମିଶାଇ ଗୁଣ୍ଡ କରିନିଅନ୍ତୁ । ପ୍ୟାନରେ ତେଲ ଗରମ କରି ସେଥିରେ ତେଜପତ୍ର, ଲବଙ୍ଗ, ବିରିୟାନୀ ଫୁଲ ଓ ଅଳେଇଚ ପକାଇ ହାଲକା ଭାଜନ୍ତୁ । ଏହାପରେ ପିଆଜ କଟା ପକାଇ ସୁନେଲି ରଙ୍ଗ ଯାଏ ଭାଜନ୍ତୁ । ଏବେ ଅଦା- ରସୁଣ ପେଷ୍ଟ ପକାଇ ଗନ୍ଧ ଯିବା ଯାଏ ରାନ୍ଧନ୍ତୁ । ପରେ କଟା ବିଲାତି ଓ ଲୁଣ ପକାଇ ଭାଜନ୍ତୁ । ବିଲାତି ସିଝି ଆସିଲେ, ଗରମ ମସଲା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ୨ ମିନିଟ ପର୍ଯ୍ୟନ୍ତ ଭଲଭାବରେ କଷି ଦିଅନ୍ତୁ । ଏହାପରେ ଅଣ୍ଡା ପକାଇ ୨ ମିନିଟ ପାଇଁ ହାଲକା ହାଲକା ଭାଜନ୍ତୁ । ଏବେ ନଡ଼ିଆ କ୍ଷୀର ଢାଳି ଭଲ ଭାବରେ ଗୋଳାଇ କଷି ଦିଅନ୍ତୁ । ଏବେ ଆମର ପ୍ରସ୍ତୁତ ହୋଇଗଲା ବିରିୟାନୀ ପାଇଁ ଗ୍ରେଭି ।

    ଏବେ ଆଞ୍ଚକୁ ଭଲ ଭାବରେ ଧିମା କରିଦିଅନ୍ତୁ । ଏହା ଉପରେ କିଛି ଧନିଆ ପତ୍ର ଭଲ ଭାବରେ ଛିଂଚି ଦେଇ ଏହା ଉପରେ ଭାତ କୁ ରଖନ୍ତୁ । ଏବେ ଭାତ ଉପରେ ଧନିଆ ପତ୍ର ଓ ଘିଅ ପକାଇ ସଜାଇ ଦିଅନ୍ତୁ । ଏବେ ଭଲ ଭାବରେ ଢାଙ୍କୁଣୀ କୁ ଢାଙ୍କି ଏହା ଉପରେ କିଛି ଓଜନିଆ ଜିନିଷ ରଖନ୍ତୁ ଯେମିତିକି ବାମ୍ଫ ବାହାରକୁ ନଯାଇପାରେ । ଏମିତି ପୁରା ଧିମା ଆଞ୍ଚରେ ୯ ରୁ ୧୦ ମିନିଟ ଯାଏ ରାନ୍ଧନ୍ତୁ । ଏହାପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ ଓ ୧୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏବେ ଆମର ପ୍ରସ୍ତୁତ ହୋଇଗଲା ଅଣ୍ଡା ବିରିୟାନୀ । ଏହାକୁ କଚୁମ୍ବର କିମ୍ବା କଟା ପିଆଜ ସାଙ୍ଗରେ ଖାନ୍ତୁ ଓ ଖୁଆନ୍ତୁ ।

     

    Egg Biriyani Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.