
ସାମଗ୍ରୀ :
- ବଡ଼ ସାଇଜ୍ ସ୍ଲାଇସ୍ ବ୍ରେଡ୍- ୮ଟି
- ମସ୍ରୁମ୍ -୨ ୫୦ ଗ୍ରାମ୍
- ସିଝାଆଳୁ-୩ଟି
- ବଡ଼ ପିଆଜ- ୨ଟି (କଟା)
- ଗ୍ରୀନ୍ ମଟର -୧ ଟେବୁଲ୍-ଚାମଚ
- କଟା ଟମାଟୋ-୧ ଟେବୁଲ୍-ଚାମଚ
- କଟା ଧନିଆ ପତ୍ର- କିଛି
- ଚାଟ୍ ମସଲା- ୧ ଛୋଟ ଚାମଚ
- ରିଫାଇନ୍ -୧ ଛୋଟ ଚାମଚ
- ଲୁଣ- ଅଳ୍ପ
- ବଟର୍ – ୧ ଛୋଟ ଚାମଚ
ପ୍ରଣାଳୀ :
କରେଇରେ ତେଲ ଗରମ କରି ହଳଦିପାଣିରେ ଧୁଆ ହୋଇ ଚିପୁଡ଼ା ହୋଇଥିବା ଛତୁ, ପିଆଜ, ଲଙ୍କା, ଟମାଟୋ, ଲୁଣ ଟିକେ ଦେଇ ଭଲକରି ଭାଜି, ଛତୁ ସିଝିବାଯାଏଁ ଭାଜି ରଖନ୍ତୁ । ଏଥୁରେ ସିଝାଆଳୁ ଓ ଚାଟ୍ ମସଲା, ଧନିଆ ପତ୍ର ପକାଇ ଚକଟି ରଖନ୍ତୁ । ପ୍ୟାନ୍ ଗରମ କରି ହାଲ୍କା ବଟର୍ ଲଗାଇ ବ୍ରେଡ୍ଗୁଡ଼ିକୁ ଦୁଇପଟରୁ ହାଲ୍କାଭାବେ ଭାଜି ମଝିରେ ଆଳୁ-ଛତୁ ମିଶ୍ରଣ ଭଲଭାବେ ଲଗାଇ ଉପରୁ ଆଉ ଗୋଟିଏ ବ୍ରେଡ୍ ପିସ୍ ଲଗାଇ ସେକିଦିଅନ୍ତୁ । ମଝିରୁ ତେର୍ଛା କରି କାଟି ସର୍ଭ କରନ୍ତୁ ସସ୍ ଓ ସାଲାଡ୍ ସହ ।