
ସାମଗ୍ରୀ :
- ଖୁଆ-୫୦୦ ଗ୍ରାମ୍
- କ୍ଷୀର -୨ କପ୍ (ବହଳିଆ କ୍ଷୀର)
- ଗୁଣ୍ଡ ଚିନି -୧ କପ୍
- ଘିଅ- ଅଧା କପ୍
- ଗୁଜୁରାତି ଗୁଣ୍ଡ-୨ ଚାମଚ
- ପିସ୍ତା ଓ କାଜୁ ଗୁଣ୍ଡ-୨ ଚାମଚ
- କେଶର-୧ ଚାମଚ
ପ୍ରଣାଳୀ :
କେଶରକୁ ଅଳ୍ପ ଉଷୁମ କ୍ଷୀରରେ ପକାଇ ମିଶାଇ ବାକି କ୍ଷୀରରେ ଢାଳ । ଚିନି, ଘିଅ ଓ କ୍ଷୀର ମିଶାଇ ଚୁଲିରେ ବସାଅ । ଗୁଜୁରାତି ଗୁଣ୍ଡ ପକାଅ । ଖୁଆକୁ ଭଲକରି ହାତରେ ଗୁଣ୍ଡ କରି ଅଳ୍ପ ଅଳ୍ପ ପକାଇ ଗୋଳାଉଥାଅ । ମିଶ୍ରଣ ଶୁଖିଆସିଲେ ଥଣ୍ଡା କରି ହାତରେ ଗୋଲ୍ ଗୋଲ୍ ଚେପ୍ଟା ଆକାରରେ କରି ମଝିରେ ପିସ୍ତା ଓ କାଜୁ ଗୁଣ୍ଡ ଦେଇ ହାତରେ ଚାପିଦିଅ । ଥଣ୍ଡା ହେଲେ ଫ୍ରିଜ୍ରେ ରଖୁଦିଅ । ସେଟ୍ ହୋଇଯିବ ।