
ସାମଗ୍ରୀ:
- ଯେ କୌଣସି ଶୁଖିଲା ଖାଦ୍ୟ ବଳକା ଭଜା–୧ କପ୍
- ପିଆଜକଟା-୧/୨ କପ୍
- ଟମାଟୋ-୧/୨କପ୍
- ଧନିଆପତ୍ର ଓ କଟା ଲଙ୍କା-୧ ଟେବୁଲ୍-ଚାମଚ
- ସୁଜି–୧ କପ୍
- ଦହି- ୧ କପ୍
- ତେଲ- ଭାଜିବା ପାଇଁ
ପ୍ରଣାଳୀ:
ଦହି,ସୁଜି ଓ ଲୁଣ ପକାଇ ଅଳ୍ପ ପାଣି ଦେଇ ବହଳିଆ ମିଶ୍ରଣ ପ୍ରସ୍ତୁତ କରନ୍ତୁ | ବଳକା ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ମିଶାନ୍ତୁ | ତାୱା ଗରମ କରି ତେଲ ପକାନ୍ତୁ | ଏବେ ଏକ ବଡ ଚାମଚ ଆଣ ଦେଇ ଚକୁଳି ପରି ପକାନ୍ତୁ | ୨ମିନିଟ୍ ପରେ ଆରପଟ ସେକନ୍ତୁ | ହୋଇଗଲେ ଚଟଣି ସହ ପରଶନ୍ତୁ |