
ଉପକରଣ :
- ଲେମ୍ବୁ -୪୦ଟି ( ପାଚିଲା)
- ସୋରିଷତେଲ-୧/୨କେଜି.
- ସୋରିଷ-୧୦୦ ଗ୍ରାମ୍
- ଧନିଆଗୁଣ୍ଡ-୧୦୦ ଗ୍ରାମ୍
- ପାନମହୁରି-୧୦୦ ଗ୍ରାମ୍
- ଲଙ୍କାଗୁଣ୍ଡ- ୧୦୦ ଗ୍ରାମ୍
- ହଳଦୀ ଗୁଣ୍ଡ-୫୦ ଗ୍ରାମ୍
- ମେଥି-୨୫ ଗ୍ରାମ୍
- କଳାଜିରା-୨୫ ଗ୍ରାମ୍
- ହେଙ୍ଗୁ-ଟିପେ
- ଲୁଣ-ସ୍ଵାଦାନୁସାରେ
ପ୍ରଣାଳୀ :
ଲେମ୍ବୁକୁ ଲୁଣ ଦେଇ ଗୋଟିଏ ଡବାରେ ପୂରାଇ ଖରାରେ ରଖନ୍ତୁ । ପ୍ରତିଦିନ ଡବା ହଲାଉଥିବେ । ୭ ଦିନ ପରେ ଲେମ୍ବୁ ନରମିଯିବ । ଏହାକୁ କାଢ଼ି ଦୁଇଟା ଚିରା ଲଗାଇ ରଖିବେ । ଲେମ୍ବୁ ପୂରା ଯେମିତି କଟିନଯାଏ । ପୁଣି ଏହି ଲେମ୍ବୁକୁ ଆଉ ଦୁଇଟି ଖରା ଦେବେ । ପାନମହୁରି, ମେଥି ଓ କଳାଜିରାକୁ ମିଶାଇ ହାଲକା କରି ଭାଜିବେ । ସୋରିଷ ସହ ମିଶାଇ ସବୁକୁ ଗୁଣ୍ଡ କରିବେ । ତେଲରେ ହେଙ୍ଗୁ ପକାଇ ଫୁଟାଇ ଥଣ୍ଡା କରିବେ । ସେଥ୍ରେ ମସଲାସବୁ ଗୋଳାଇ ଲେମ୍ବୁ ଡବାରେ ଭରନ୍ତୁ । ଏହି ସ୍ଟଫଡ୍ ଲେମ୍ବୁକୁ ଡବାରେ ଭରନ୍ତୁ । ଉପରୁ ତେଲ ଢାଳନ୍ତୁ । ୧୫ଦିନ ପରେ ଆଚାର ଖାଇବାକୁ ରେଡ଼ି ହୋଇଯିବ ।