
ସାମଗ୍ରୀ :
- ସୁଜି-୧/୨କପ୍
- ସାଦା ସିମେଇ ଓ ଷ୍ଟାର୍ ସିମେଇ-୧/୨କପ୍
- ଭାଜିବା ପାଇଁ ଘିଅ-୨ ଛୋଟ ଚାମଚ
- ଛୋଟ ଅଳେଇଚ- ୨ -୩ଟି
- ତେଜପତ୍ର -୨ଟି
- ଚିନି- ୧/୨ କପ୍
- ଲୁଣ- ଅଳ୍ପ
- କ୍ଷୀର-୧ ଲିଟର (ମାରି ଅଧା କରିବେ)
- କାଜୁ / କିସ୍ମିସ୍ ଭଜା- ଅଳ୍ପ
ପ୍ରଣାଳୀ :
କରେଇରେ ଘିଅ ଗରମ କରି ଅଳେଇଚ ଓ ତେଜପତ୍ର ପକାଇ ସିମେଇ ଦୁଇ ପ୍ରକାରର ପକାଇ ଭାଜି ରଖନ୍ତୁ । ସୁଜିକୁ ଅଲଗା ହାଲ୍କା ବାଦାମୀ କରି ଭାଜି ଏଥିରେ ମିଶାନ୍ତୁ । ଲୁଣ ଓ ପାଣି ଦେଇ ସିଝାନ୍ତୁ । ସିଝିଗଲେ ଓ ପାଣି ମରିଆସି ଅଳ୍ପ ଥିଲେ ଚିନି ଓ ବହଳିଆ କ୍ଷୀର, ଭଜା କାଜୁ-କିସ୍ମିସ୍ ଆଦି ପକାଇ ଫୁଟାନ୍ତୁ । କ୍ଷୀର ପରି ବହଳିଆ ହୋଇଆସିଲେ ଥଣ୍ଡା ବା ଗରମ ସର୍ଭ କରନ୍ତୁ ।