
ଉପକରଣ :
- ସର ବା କ୍ରିମ୍- ୨୫୦ ଗ୍ରାମ୍
- ମଇଦା -୪ ୧/୨ଚାମଚ
- ଘିଅ- ଭାଜିବା ପାଇଁ
- ଚିନି-୧ କପ୍
- ପାଣି -୧ କପ୍
- କ୍ଷୀର -୪ ଚାମଚରେ
- ସାଫରନ୍-୧/୪ ଚାମଚ
- ଅଳେଇଚ ଗୁଣ୍ଡ-୧/୨ ଚାମଚ
- ଛୋଟକଟା-ବାଦାମ (କାଜୁ, ପିସ୍ତା)
ପ୍ରଣାଳୀ :
ମଇଦାରେ କ୍ରିମ୍ ଓ ପାଣି ମିଶାଇ ବହଳିଆ ଆଣ ପ୍ରସ୍ତୁତ କରନ୍ତୁ । ୧ କପ୍ ପାଣିରେ ଚିନି ପକାଇ ଲଗାତର ଘାଣ୍ଟି ଅଳ୍ପ ମୋଟା ସିରା ପ୍ରସ୍ତୁତ କରନ୍ତୁ । କ୍ଷୀରରେ ସାଫରନ୍ ପକାଇ ଗୋଳାଇ ଅଳ୍ପ ପାଣି ମିଶାଇ ଅଲଗା ରଖନ୍ତୁ । ପ୍ୟାନ୍ରେ ଘିଅ ଲଗାଇ ଛୋଟ ଛୋଟ ପିଠା ପରି ପୁଆ ପ୍ରସ୍ତୁତ କରନ୍ତୁ, ଦୁଇପଟ ଲାଲ୍ କରି ଭାଜନ୍ତୁ । କେଶର ପାଣିକୁ ସିରାରେ ପକାଇ ରଖନ୍ତୁ । ସର୍ଭ କରିବା ପୁର୍ବରୁ ଚିନିସିରାକୁ ଗରମ କରି ଆବଶ୍ୟକ ମାଲପୁଆକୁ ୩-୪ ମିନିଟ୍ ବୁଡ଼ାଇ ପ୍ଲେଟ୍କୁ କାଢ଼ି ଉପରୁ ଡ୍ରାଏ ଫ୍ରୁଟ୍ସ୍ ଓ ଅଳେଇଚ ଗୁଣ୍ଡ ପକାଇ ସର୍ଭ କରନ୍ତୁ ।