Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Egg Masala/ଅଣ୍ଡା ମସଲା
    Chicken & Nonveg

    Egg Masala/ଅଣ୍ଡା ମସଲା

    Suchitra PBy Suchitra POctober 31, 2021Updated:October 31, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Egg Masala
    Egg Masala
    Share
    Facebook Twitter LinkedIn Pinterest Email
    Egg Masala
    Egg Masala
    • ସାମଗ୍ରୀ :
    • ଅଣ୍ଡା–୪ଟି
    • ପିଆଜ -୨ଟି
    • ଅଦା-ରସୁଣ ବଟା- ୨ ଚାମଚ
    • ଲଙ୍କା ବଟା-୧ ଚାମଚ
    • ନଡ଼ିଆ / ପୋସ୍ତ ବଟା -୧ ଟେ. ଚାମଚ
    • ଟମାଟୋ ପ୍ୟୁରୀ- ୧/୨ କପ୍‌
    • ସିଝା ଆଳୁ- ୨ଟି (ଅଣ୍ଡା ସାଇଜ)
    • ଗରମ ମସଲା ଗୁଣ୍ଡ-୧/୨ ଚାମଚ
    • ତେଲ-୫୦ ଗ୍ରାମ୍
    • ଲୁଣ-ସ୍ୱାଦାନୁସାରେ
    • କଞ୍ଚାଲଙ୍କା -୨ଟି
    • ହଳଦି -୧/୨ଚାମଚ

    ପ୍ରଣାଳୀ :

    ଅଣ୍ଡାକୁ ସିଝାଇ ଚୋପା ଛଡ଼ାଇ ହାଲ୍‌କା ଭାଜି ରଖନ୍ତୁ । ଆଳୁକୁ ସିଝାଇ ଚୋପା ଛଡ଼ାଇ ଦୁଇଫାଳ କରି କାଟି ରଖନ୍ତୁ । ପିଆଜ ଓ ଲଙ୍କାକୁ ସରୁ ଲମ୍ବାରେ କାଟି ରଖନ୍ତୁ । କରେଇରେ ତେଲ ଗରମ କରି ଅଦା-ରସୁଣ ବଟା ପକାଇ କଷନ୍ତୁ । ଗନ୍ଧ ଚାଲିଗଲେ ନଡ଼ିଆ ପୋସ୍ତ ବଟା, ଲୁଣ, ହଳଦି ପକାଇ ଆଉ ୩ ମିନିଟ୍‌ ଘାଣ୍ଟି ଟମାଟୋ ପ୍ୟୁରୀ ମିଶାନ୍ତୁ । ୫ ମିନିଟ୍‌ କଷିବା ପରେ ଆଳୁକଟା ଓ ଗରମ ମସଲା ଗୁଣ୍ଡ ପକାଇ ୧/୨ କପ୍‌ ପାଣି ଦିଅନ୍ତୁ | ପାଣି ଫୁଟିଗଲେ ଅଣ୍ଡାକୁ ଲମ୍ବାରେ ମଝିରୁ କାଟି ଝୋଳରେ ପକାନ୍ତୁ, ହାଲ୍‌କାରେ ଗୋଳାନ୍ତୁ । କସ୍ତୁରୀ ମେଥି ପତ୍ର ୧ ଚାମଚ ପକାଇ ଗୋଳାଇ ୨ ମିନିଟ୍‌ ଘୋଡ଼େଇଦିଅନ୍ତୁ ।
    ଗରମାଗରମ ପରଶନ୍ତୁ ।

    Egg Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.