
ଭାତ ପୁର୍ବ ଓ ଦକ୍ଷିଣ ଭାରତର ଏକ ମୁଖ୍ୟ ଖାଦ୍ୟ ।
ଆବଶ୍ୟକ ସାମଗ୍ରୀ
- ଚାଉଳ – (ଉସୁନା କିମ୍ବା ଅରୁଆ)
- ପାଣି
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚାଉଳକୁ ଭଲଭାବରେ ଧୋଇ,ଗୋଡି ବଛା ଯାଇଥାଏ । ହାଣ୍ଡିରେ ଅଧା ପର୍ଯ୍ୟନ୍ତ ପାଣି ଫୁଟାଇ ସେଥିରେ ବଛା ହେଇଥିବା ଚାଉଳ ପକାନ୍ତୁ ଓ ହାଣ୍ଡି ଉପରେ ଘୋଡଣି ଘୋଡେଇ ଦିଅନ୍ତୁ । ଅଧ ଘଣ୍ଟା ଭିତରେ ଭାତ ତିଆରି ହୋଇଯିବ । ଉସୁନା ଚାଉଳ ହୋଇଥିଲେ ଭାତ ହବା ପାଇଁ ଅଧିକ ସମୟ ନେଇଥାଏ । ଅରୁଆ ଚାଉଳରେ ଭାତ ଶୀଘ୍ର ହୋଇଥାଏ ।