Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»ନଡ଼ିଆ ରସ ଚିଙ୍ଗୁଡ଼ି
    Chicken & Nonveg

    ନଡ଼ିଆ ରସ ଚିଙ୍ଗୁଡ଼ି

    Suchitra PBy Suchitra POctober 24, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Coconut Prawn Odia Recipe
    Coconut Prawn Odia Recipe
    Share
    Facebook Twitter LinkedIn Pinterest Email
    Coconut Prawn Odia Recipe
    Coconut Prawn Odia Recipe
    Prepare time: 30 min
    Cook: 1 hr 00 min
    Ready in: 1 hr 30 min

    ଓଡ଼ିଆ ଘରେ ଚିଙ୍ଗୁଡ଼ି ଖାଇବାକୁ ସମସ୍ତେ ଭଲ ପାଆନ୍ତି। ଖାସ କରି ବଡ଼ ବଡ଼ ଚିଙ୍ଗୁଡ଼ିରେ ପ୍ରସ୍ତୁତି ହୋଇଥିବା ଖାଦ୍ୟ ଅତ୍ୟନ୍ତ ସୁଆଦିଆ ଅଟେ। ଆଜି ଜାଣିବା ନଡ଼ିଆ ରସ ଚିଙ୍ଗୁଡ଼ି ପ୍ରସ୍ତୁତି।

    ଆବଶ୍ୟକୀୟ ସାମଗ୍ରୀ:

    • ବଡ ବଡ ଚିଙ୍ଗୁଡ଼ି,
    • ନଡ଼ିଆ ରସ,
    • ସ୍ୱାଦ ଅନୁସାରେ ଲୁଣ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ,
    • ବଟା ପିଆଜ, ବଟା ରସୁଣ,
    • ତେଜପତ୍ର, ଅଳେଇଚ ଗୁଣ୍ଡ, ଲବଙ୍ଗ ଗୁଣ୍ଡ, ଡାଲଚିନି ଗୁଣ୍ଡ,
    • ପ୍ରସ୍ତୁତି ପ୍ରଣାଳୀ:

      ଚିଙ୍ଗୁଡ଼ି ଖୋଳପା ଛଡ଼ାଇ ଭଲ ଭଲରେ ଧୋଇ ସେଥିରେ ଲୁଣ, ହଳଦୀ ଓ ଟିକେ ତେଲ ଦେଇ ଗୋଳାଇ ରଖନ୍ତୁ। ଏବେ କଡ଼େଇରେ ତେଲ ଦେଇ ଗରମ କରନ୍ତୁ। ସେଥିରେ ତେଜପତ୍ର, ଅଳେଇଚ ଗୁଣ୍ଡ, ଲବଙ୍ଗ ଗୁଣ୍ଡ, ଡାଲଚିନି ଗୁଣ୍ଡ ସହ ବଟା ପିଆଜ ଓ ବଟା ରସୁଣ ପକାଇ ଗୋଳାଇ ଦିଅନ୍ତୁ। ମସଲା ଟିକେ ବାଦାମୀ ରଙ୍ଗ ହୋଇଗଲେ ସେଥିରେ ଲୁଣ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ।

      ଏହି ମସଲାରେ ଲୁଣ ହଳଦୀ ଗୋଳା ହୋଇଥିବା ଚିଙ୍ଗୁଡ଼ି ଗୁଡିକ ପକାଇ ଗୋଳାଇ ଦିଅନ୍ତୁ। ମଝିରେ ମଝିରେ ଘାଣ୍ଟି ଦିଅନ୍ତୁ। ଚିଙ୍ଗୁଡ଼ି ସିଝି ଆସିଲେ ନଡ଼ିଆ ରସକୁ ଢାଳି ଗୋଳାଇ ଦିଅନ୍ତୁ। ଟିକେ ସମୟ ରଖି ଓହ୍ଲାଇ ଆଣନ୍ତୁ।

      ଆପଣଙ୍କର ପ୍ରସ୍ତୁତ ହୋଇଗଲା ନଡ଼ିଆ ରସ ଚିଙ୍ଗୁଡ଼ି।

    Coconut Prawn Recipe Nonveg Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.