
କାନିକା ଜଗନ୍ନାଥଙ୍କର ଏକ ପ୍ରଧାନ ଭୋଗ । ଏହା ଚାଉଳ, ଚିନି, ଘିଅ, ଲବଙ୍ଗ ଆଦି ମିଶାଇ ରାନ୍ଧି ତିଆରି କରାଯାଏ । ଏହା ପହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ ତିଆରି ହୁଏ । ୧୯୧୦ ମସିହା ଯାଏ ଏହା ପରେ ଏହା ଗୋପାଳ ବଲ୍ଲଭ ଭୋଗର ଅଂଶ ଭାବେ ରନ୍ଧା ହୋଇଥାଏ ।
ଆବଶ୍ୟକ ସାମଗ୍ରୀ
- ଚାଉଳ – ୧ କିଲୋ-କୃଷ୍ଣଭୋଗ-ବାସୁମତି
- ଚିନି – ୩୫୦ ଗ୍ରାମ
- ଡାଳଚିନି – ୫୦ ଗ୍ରାମ
- ଲବଙ୍ଗ – ୫ ଗ୍ରାମ
- ଜାଇଫଳ – ୧/୨ ଚାମଚ ଗୁଣ୍ଡ
- କିସମିସ – ୫୦ ଗ୍ରାମ
- ଅଳେଇଚ – ୮ ଗୋଟା
- ବୁଟଡାଲି – ୧ ମୁଠା
- ତେଜପତ୍ର – ୨ ଗୋଟା
- ଘିଅ – ୨୦୦ ଗ୍ରାମ କିମ୍ବା ୩୦୦ ଗ୍ରାମ
- ପାଣି – ୨ କେଜି ବା ୨.୫ କେଜି
- ଲୁଣ – ପରିମାଣ ଟିକେ କମ୍ ପକାଇଲେ ଭଲ
- ଗୁଜୁରାତି – ୮ରୁ ୧୦ ଗୋଟା
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚୁଲିରେ ଡେଇକ୍ଚି ବସାଇ ପାଣି ଦିଅନ୍ତୁ । ପାଣି ଗରମ ହୋଇ ଆସିଲେ ଡାଲ୍ଚିନିକୁ ଅଧାବାଟି ଏଇ ପାଣିରେ ପକାନ୍ତୁ । ଡାଲଚିନି ପୁରା ବାଟି ହେଲେ ବି ଭଲ ହେବ । ଅଳେଇଚ, ଗୁଜୁରାତି ଅଧାଅଧା ଛେଚି ପକାନ୍ତୁ । ତେଜପତ୍ର, ଲବଙ୍ଗ ମଧ୍ୟ ପକାନ୍ତୁ । ପାଣି ଫୁଟି ଆସିଲେ ଚାଉଳ ଓ ବୁଟଡାଲିକୁ ଏକାଠି ଧୋଇ ଫୁଟିବାଆସିବା ପାଣିରେ ପକାନ୍ତୁ । ଚାଉଳ ଫୁଟି ଆସିଲେ ଲୁଣ ପକାନ୍ତୁ । ଅଧା କାନିକା ହୋଇ ଆସିଲେ ଚିନି ଦେଇ ଗୋଳାନ୍ତୁ । ଅଧା ଘିଅ ପକାନ୍ତୁ । କାନିକା ହୋଇ ଆସିଲେ ବାକି ଡାଲ୍ଚିନିକୁ ଗୁଣ୍ଡକରି ପକାନ୍ତୁ । ବାକି ଘିଅକୁ ମଧ୍ୟ ପକାଇ ଗୋଳେଇ ଦେଖନ୍ତୁ । କାନିକା ହୋଇ ଯାଇଥିବ । ତା’ ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।