
ଆବଶ୍ୟକ ସାମଗ୍ରୀ:
- ବିରି – ୨୫୦ ଗ୍ରାମ
- ବନ୍ଧାକୋବି – ୨୫୦ ଗ୍ରାମ
- କଞ୍ଚାଲଙ୍କା – ୨ଟା
- କଳାଜିରା – ୨ ଚାମଚ୍
- ତେଲ – ଛାଣିବା ପାଇଁ
- ଲୁଣ – ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ:
ବିରିକୁ କିଛି ପାଣିରେ ବତୁରାଇଦିଅ । ବିରି ବତୁରିଲା ପରେ ଚିକ୍କଣ କରି ବାଟ । ବନ୍ଧାକୋବିକୁ ଧୋଇ ଚୁନାଚୁନା କରି କାଟି ଦିଅ । ବିରିବଟା ରେ ବନ୍ଧାକୋବି, ପିଆଜ ଓ କଞ୍ଚାଲଙ୍କାକୁ ମିଶାଇ ଗୋଳାଇଦିଅ । ସେଥିରେ ଲୁଣ ଓ କଳାଜିରା ମିଶାଇଦିଅ । ତେଲ କଡାଇରେ ଗରମ କର ଓ ଏହି ବିରିଗୋଳାକୁ ଗୋଲ୍ ଗୋଲ୍ କରି ବରା ଆକାରରେ ଛାଣ । ଗରମ ଗରମ ପରଷିଦିଅ ।