
ଚିକେନରେ ପ୍ରସ୍ତୁତ ଖାଦ୍ୟ ବା କାହାକୁ ପସନ୍ଦ ନୁହେଁ। ତରକାରୀ କିମ୍ବା ଛଣା ଚିକେନ୍ ଠାରୁ ପୋଡା ଚିକେନ୍ ଅଧିକ ଭିଟାମିନ୍ ଥାଏ ବୋଲି ଡାକ୍ତରମାନେ ମତ ଦିଅନ୍ତି। ପୋଡା ଚିକେନ୍ ତିଆରି କରିବା ଅତି ସହଜ ଅଟେ। ଜାଣିବା ଓଡ଼ିଶାର ଗାଁ କିମ୍ବା ଜଙ୍ଗଲ ଅଞ୍ଚଳରେ ପ୍ରସ୍ତୁତି ହେଉଥିବା ଚିକେନ ବେସର ପୋଡାର ପ୍ରସ୍ତୁତି।
ଆବଶ୍ୟକ ସାମଗ୍ରୀ
- ଚିକେନ୍
- ଦରାକର ଅନୁସାରେ ଅଦା ଓ ରସୁଣ ପେଷ୍ଟ
- କିଛି କଟା ପିଆଜ
- ଦରକାର ଅନୁସାରେ ଲୁଣ ଓ ହଳଦୀ
- ୫୦ ଗ୍ରାମ୍ ସୋରିଷ ତେଲ
- କିଛି ଲଙ୍କାଗୁଣ୍ଡ ,ଜିରାଗୁଣ୍ଡ ଓ ଧନିଆଗୁଣ୍ଡ
- ପୋଡିବା ପାଇଁ କଦଳିପତ୍ର କିମ୍ବା ଶାଳପତ୍ର
ପ୍ରସ୍ତୁତି ପ୍ରଣାଳୀ
କଟା ଚିକେନକୁ ଭଲ ଭାବରେ ଧୋଇ ସେଥିରେ ସୋରିଷ ତେଲ, ଅଦା ଓ ରସୁଣ ପେଷ୍ଟ, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ ଓ ଧନିଆଗୁଣ୍ଡ ପକେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
ଏହି ଗୋଳା ଚିକେନକୁ କଦଳୀ ପାତ୍ରରେ ୩ରୁ ୫ ପରସ୍ତ କରି ଗୁଡେଇ ବାନ୍ଧି ଦିଅନ୍ତୁ। ଏବେ ଚୁଲିରେ କଡ଼ାଇ ବସାଇ ଏହି କଦଳୀ ପାତ୍ରରେ ବନ୍ଧା ଚିକେନକୁ ରଖନ୍ତୁ। ବନ୍ଧା ଚିକେନ ଉପରେ ପୋଡା ଅଙ୍ଗାର ନିଆଁ ମଧ୍ୟ ରଖି ଦିଅନ୍ତୁ।
ଚୁଲିରେ କାଠ ନିଆଁ ଧୀରେ ଧୀରେ ଜାଳନ୍ତୁ। କିଛି ସମୟ ଭିତରେ ଚିକେନରୁ ପାଣି କଡେଇରେ ଆସିବ, ଏହି ପାଣି ଶୁଖିଗଲା ପରେ ଚିକେନକୁ ବାହାରକରି କଟା ପିଆଜ ସହିତ ପରଶି ଦିଅନ୍ତୁ