Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Curry Recipe»କଦଳୀ ଭଣ୍ଡା ରାଇ
    Odia Curry Recipe

    କଦଳୀ ଭଣ୍ଡା ରାଇ

    Suchitra PBy Suchitra POctober 24, 2021Updated:October 24, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Frech Fries Odia Recipe
    Frech Fries Odia Recipe
    Share
    Facebook Twitter LinkedIn Pinterest Email
    Frech Fries Odia Recipe
    Kadali Bhnada Rai Odia Recipe
    Prepare time: 300 min
    Cook: 30 min
    Ready in: 1 hr

    କଦଳୀ ଗଛ ର ଫୁଲ କୁ କଦଳୀ ଭଣ୍ଡା କହନ୍ତି । ଏହାର ରଙ୍ଗ ଖଇରିଆ ହୋଇଥାଏ । ଏହାର ଫୁଲ ଗୁଡ଼ିକ ଶକ୍ତ, ଖଇରିଆ ପାଖୁଡା ଦ୍ଵାରା ଆଚ୍ଛାଦିତ ହୋଇଥାଏ । ପାଖୁଡାର ଆସ୍ତରଣ କୁ ଗୋଟିଏ ପରେ ଗୋଟିଏ ଖୋଲିଲେ ତା ଭିତରେ ଫିକା ହଳଦିଆ ରଙ୍ଗର ଫୁଲ ଥାଏ । ଏହାକୁ ନେଇ ଓଡ଼ିଶାର ଅନେକ ଅଞ୍ଚଳରେ ବିଭିନ୍ନ ପ୍ରକାରର ତରକାରି ପ୍ରସ୍ତୁତ କରାଯାଏ, ତନ୍ମଧ୍ୟରୁ କଦଳୀ ଭଣ୍ଡା ରାଇ ଗୋଟିଏ । କେତେକ ଭଣ୍ଡା ପିତା ମଧ୍ୟ ଲାଗେ, ତେଣୁ ପ୍ରସ୍ତୁତ କରିବା ଆଗରୁ ଚାଖି ଏହାକୁ ବ୍ୟବହାର କରାଯାଇଥାଏ ।

    Ingredients

    • ପ୍ରଥମେ କଦଳୀ ଭଣ୍ଡାରୁ ଫୁଲ ଗୁଡ଼ିକୁ ଅଲଗା କରିନିଆଯାଏ ।
    • ଫୁଲ ର ମଝିରେ ଏକ ସରୁ ଓ ଲମ୍ବା କେଶର ଥାଏ । ଏହାକୁ ଫୁଲ ରୁ ଅଲଗା କରିବାକୁ ହେବ ।
    •  ତାପରେ ଫୁଲ ଗୁଡ଼ିକୁ ଭଲ ଭାବରେ ଧୋଇ ରଖନ୍ତୁ ଓ ଶିଳରେ ବା ଗ୍ରାଇଣ୍ଡରରେ ବାଟି ଦିଆଯାଏ ।
    • ଶୋରିସ, ପୋସ୍ତ, ରସୁଣ, ଜିରା, କଞ୍ଛା ଲଙ୍କା କୁ ବାଟି ନିଆଯାଏ ।
    • ଆଳୁ, ବୋଇତାଳୁ, କୁନ୍ଦୁରି, ବାଇଗଣ କୁ ଛୋଟ ଛୋଟ କରି କାଟି ନିଆଯାଏ ।
    • କଡେଇରେ କିଛିଶୋରିସ ତେଲ ଦେଇ, ସେଥିରେ ଅଳ୍ପ ଫୁଟଣ, ଶୁଖିଲା ଲଙ୍କା ପକାଯାଇଥାଏ ।
    • ପରିବାକୁ ଅଳ୍ପ ସନ୍ତୁଳି ଦେଇ ସେଥିରେ କଟା ଭଣ୍ଡା କୁ ମିଶାଯାଇଥାଏ ।
    • ଲୁଣ, ସାମାନ୍ୟ ହଳଦି, ଆବଶ୍ୟକ ମୁତାବକ ପାଣି ଦେଇ ଘୋଡାଇ ଦିଆଯାଏ ।
    • ପରିବା ସିଝି ଆସିଲେ ସେଥିରେ ଛୋଟ ଆମ୍ବୁଲ ଖଣ୍ଡେ ପକାଇ ଦିଆଯାଏ ।
    • ଏହାକୁ ଗରମ ଭାତ ବା ପଖାଳ ସହିତ ପରସାଯାଇଥାଏ ।
    Banana Flower Odia Recipe Kadali Bhnada Rai Odia Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.