Cabbage Bara Odia Recipe
Prepare time: 20 min
Cook: 30 min
Ready in: 50 min

ଆବଶ୍ୟକ ସାମଗ୍ରୀ

  • ବିରି – ୨୫୦ ଗ୍ରାମ
  • ବନ୍ଧାକୋବି – ୨୫୦ ଗ୍ରାମ
  • କଞ୍ଚାଲଙ୍କା – ୨ଟା
  • କଳାଜିରା – ୨ ଚାମଚ୍
  • ତେଲ – ଛାଣିବା ପାଇଁ
  •   ଲୁଣ – ସ୍ୱାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ବିରିକୁ ପାଣିରେ ବତୁରାଇ ଦିଅନ୍ତୁ । ବିରି ବତୁରିଲା ଭଲ ଭାବରେ ଧୋଇ, ଚିକ୍କଣ କରି ବାଟି ଦିଅନ୍ତୁ। ବନ୍ଧାକୋବିକୁ ଧୋଇ ଚୁନାଚୁନା କରି କାଟି ଗୋଟିଏ ବଡ ପାତ୍ରରେ ରଖି ଦିଅନ୍ତୁ।

ଏବେ ସେଇ ପାତ୍ରରେ ବିରିବଟା ସହିତ ବନ୍ଧାକୋବି, ପିଆଜ ଓ କଞ୍ଚାଲଙ୍କାକୁ ମିଶାଇ ଭଲ ଭାବରେ ଗୋଳାଇଦିଅ ।
ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ କଳାଜିରା ମିଶାଇଦିଅ । ଗ୍ୟାସ ଲଗେଇ ତେଲ କଡାଇରେ ଗରମ କରନ୍ତୁ ଓ ଏହି ବିରିଗୋଳାକୁ ଗୋଲ୍ ଗୋଲ୍ କରି ବରା ଆକାରରେ ଛାଣି ଦିଅନ୍ତୁ।

ଗରମ ଗରମ ପରଷିଦିଅ । ଏହା ସହିତ କଞ୍ଚା ଲଙ୍କା ବଢିଆ ଜମିଜିବ ।

LEAVE A REPLY

Please enter your comment!
Please enter your name here